ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ପାଇଁ ଆସନ୍ତାକାଲି ଓଡ଼ିଶାର ୧୨ଟି ସ୍ଥାନରେ ହେବାକୁ ଯାଉଛି ମକଡ୍ରିଲ୍ । ଅଚାନକ ଆକ୍ରମଣ ହେଲେ କିଭଳି ନିଜକୁ ରକ୍ଷା କରିବେ ତାହାକୁ ନେଇ ହେବାକୁଥିବା ମକଡ୍ରିଲ୍ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ । ସେ କହିଛନ୍ତି କାଲିଠୁ ପର୍ଯ୍ୟାୟ କ୍ରମେ ସପ୍ତାହେ ଧରି କାର୍ଯ୍ୟକ୍ରମ ଚାଲିବ । ବୁଧବାର ଉପକୂଳବର୍ତ୍ତୀ ଜିଲ୍ଲା, ସହରାଞ୍ଚଳରେ ହେବ ମକ୍ ଡ୍ରିଲ୍ । ଅଚାନକ ଆକ୍ରମଣ ପାଇଁ କେବଳ ସେନା ଓ ସରକାର ନୁହେଁ ସାଧାରଣ ଜନତା ପ୍ରସ୍ତୁତ ହେବା ଉଚିତ୍ । ଏଭଳି ପରିସ୍ଥିତିରେ ଭୟଭୀତ ନ ହୋଇ ସଜାଗ ରହି ସାମ୍ନା କରିବାକୁ ପଡ଼ିବ । ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେଲେ ମୁକାବିଲା ପାଇଁ ଆଡ୍ଭାଇଜରୀ ମଧ୍ୟ ଆସିବ । ଆଗକୁ ଗାଁରେ ବି ହେବ ମକ୍ ଡ୍ରିଲ୍ । ସେ ଆଉ ମଧ୍ୟ କହିଛନ୍ତି ଓଡ୍ରାଫ, ଅଗ୍ନିଶମ, ଓଡ଼ିଶା ପୋଲିସ, ଅର୍ଦ୍ଧସାମରିକ ବାହିନୀଙ୍କ ମକ୍ ଡ୍ରିଲ୍ରେ ଭୂମିକା ରହିବ । ଜନସାଧାରଣ ଭୟଭୀତ ହେବାର କୌଣସି କାରଣ ନାହିଁ, ଏଭଳି ପରିସ୍ଥିତିରେ ଆମକୁ ସଜାଗ ରହିବା ସହ ସାମ୍ନା କରିବାକୁ ପଡ଼ିବ । Post navigation ୧,୧୬୪ ଏକର ଜମିରେ ନିର୍ମିତ ହେବ ପୁରୀ ବିମାନ ବନ୍ଦର SDIPRO ନିଯୁକ୍ତି ପରୀକ୍ଷାରେ ତ୍ରୁଟି ପ୍ରସଙ୍ଗ; ମିଳିବ ୬ ମାର୍କ ଗ୍ରେସ୍