Sura Routray Returns to Congress

୯ ମାସ ପରେ ଦଳକୁ ଫେରିଲେ ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ଜଟଣୀ ବିଧାୟକ ସୁର ରାଉତରାୟ । ମାର୍ଚ୍ଚ ୨୭ରେ କଂଗ୍ରେସର ସବୁ କମିଟିରୁ ସେ ଇସ୍ତଫା ଦେଇଥିଲେ ।

ସମର୍ଥକଙ୍କ ସହ କଂଗ୍ରେସ ଭବନକୁ ମୁଣ୍ଡିଆ ମାରି ପ୍ରବେଶ କରିଛନ୍ତି ସୁର । ଆଉ କନ୍ଦଳ ରହିବନି, ମିଳିମିଶି ସଂଗଠନ ପାଇଁ କାମ କରିବୁ ବୋଲି ସେ କହିଛନ୍ତି ।

୯ ମାସ ପରେ ଆଜି କଂଗ୍ରେସକୁ ଫେରିବା ପରେ ଭାବବିହ୍ୱଳ ହୋଇ ସୁର ରାଉତରାୟ କହିଛନ୍ତି, “କଂଗ୍ରେସ ଭବନ ମୋର ମନ୍ଦିର । କଂଗ୍ରେସରୁ ଦୂରେଇ ବହୁ କଷ୍ଟ ପାଇଛି । ଆଜି କଂଗ୍ରେସକୁ ଫେରି ବହୁତ ଖୁସି । ଭକ୍ତ ଦାସ ନିଲମ୍ବନ ହଟାଇଥିବାରୁ ଧନ୍ୟବାଦ । ମୋ ଆଖିରୁ ବହୁତ ଦିନ ଲୁହ ବୋହିଛି, କିନ୍ତୁ ଆଜିର ଲୁହ ଆନନ୍ଦର ଲୁହ । ମୁଁ ଆଜି ମୋ ଘରକୁ ଫେରିଛି ।”

By Nirvay

Leave a Reply

Your email address will not be published. Required fields are marked *