ଝାଡ଼ଖଣ୍ଡ : ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପୁଣି ଥରେ ସୁପ୍ରିମକୋର୍ଟଙ୍କ ଠାରୁ ପୁଣି ଥରେ ମିଳିଛି ଏକ ବଡ଼ ଝଟକା । ସୋରେନଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଉପରେ ବିଚାର କରିବାକୁ କୋର୍ଟ ମନା କରି ଦେଇଛନ୍ତି। ଜାନୁଆରୀ ୩୧ ରେ ହେମନ୍ତ ସୋରେନଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା। ଜମି ସ୍କାମ ମାମଲାରେ ସେ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି। ସେ ବର୍ତ୍ତମାନ ରାଞ୍ଚିର ବିର୍ସା ମୁଣ୍ଡା ଜେଲରେ ନ୍ୟାୟିକ ହେପାଜତରେ ଅଛନ୍ତି। ଶୁଣାଣି ସମୟରେ କୋର୍ଟ ଓକିଲ କହିଛନ୍ତି ଯେ ଆମେ ଜାମିନ ଆବେଦନକୁ ଅନୁମୋଦନ କରିପାରିବୁ ନାହିଁ, ତେଣୁ ଆପଣ ନିଜେ ଏହି ଆବେଦନ ପ୍ରତ୍ୟାହାର କରି ନିଅନ୍ତୁ। ଏହା ଉପରେ ଓକିଲ ସୁପ୍ରିମକୋର୍ଟଙ୍କ ଆଦେଶ ଗ୍ରହଣ କରି ଆବେଦନ ପ୍ରତ୍ୟାହାର କରିନେଇଛନ୍ତି।
ହେମନ୍ତ ସୋରେନଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ କୋର୍ଟରେ ଏକାସାଙ୍ଗରେ ଦୁଇଟି ଦାବି କରାଯାଇଛି। ପ୍ରଥମ ଦାବି ହେଉଛି ମଧ୍ୟବର୍ତ୍ତୀକାଳୀନ ଜାମିନ ଏବଂ ଦ୍ୱିତୀୟ ଦାବି ଗିରଫଦାରୀକୁ ଚ୍ୟାଲେଞ୍ଜ। ଏହି ସମୟ ମଧ୍ୟରେ ଇଡି କୋର୍ଟରେ ନିଜର ଯୁକ୍ତି ଉପସ୍ଥାପନ କରିବାବେଳେ କହିଛନ୍ତି ଯଦି ହେମନ୍ତ ସୋରେନଙ୍କୁ ନିର୍ବାଚନ ପ୍ରଚାର ପାଇଁ ଜାମିନ ମିଳିବ ତେବେ ଜେଲର ସମସ୍ତ ନେତା ଜାମିନ ଦାବି କରିବା ଆରମ୍ଭ କରିବେ।
ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସୋରେନ ନିଜ ପାଇଁ ଜାମିନ ମାଗି କୋର୍ଟରେ ଆବେଦନ କରିଥିଲେ। ତେବେ ଏହା ସ୍ପଷ୍ଟ ହୋଇଯାଇଛି ଯେ ଜମି ଦୁର୍ନୀତିରେ ଗିରଫ ହେମନ୍ତ ସୋରେନ ଏହି ଲୋକସଭା ନିର୍ବାଚନରେ ​​ତାଙ୍କ ଦଳ ପାଇଁ ପ୍ରଚାର କରିପାରିବେ ନାହିଁ। ଚଳିତ ବର୍ଷ ଜାନୁୟାରୀ ୩୧ ରେ ସୋରେନଙ୍କୁ ଇଡି ଗିରଫ କରିଥିଲା।

By SonaliP

Leave a Reply

Your email address will not be published. Required fields are marked *