ନିଟ୍‌ ୟୁଜି ରେଜଲ୍ଟ ମାମଲାକୁ ନେଇ ବଡ ନିଷ୍ପତି ନେଇଛନ୍ତି ସୁପ୍ରୀମ୍‌କୋର୍ଟ। ସୁପ୍ରୀମ୍‌କୋର୍ଟ ଏନେଇ କହିଛନ୍ତି ଯେ, ବାତିଲ ହେଲା ୧୫୬୩ ପିଲାଙ୍କ ସ୍କୋର କାର୍ଡ । କାରଣ ସେମାନଙ୍କୁ ଗ୍ରେସ୍‌ମାର୍କ ଦିଆଯାଇଥିଲା । ୨୩ ଜୁନ୍‌ରେ ପୁନର୍ବାର ପରୀକ୍ଷା କରାଯିବ ଏବଂ ୩୦ ଜୁନ୍‌କୁ ଏହାର ଫଳ ପ୍ରକାଶ ପାଇବ । ଫଳରେ ଜୁଲାଇ ୬ରେ ହେବାକୁ ଥିବା କାଉନ୍‌ସେଲିଂରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କୋର୍ଟ କହିଛନ୍ତି ।

ମାମଲାର ପରିଚାଳନା କରୁଥିବା ଓକିଲ ଜେ ସାଇ ଦୀପକ ଏନେଇ କହିଛନ୍ତି ଯେ, ଆମେ ମନଇଛାରେ ମାର୍କ ଦେବା ଏବଂ ଅନ୍ୟାୟ ପଦ୍ଧତି ଗ୍ରହଣ କରିବା ବିରୋଧରେ ପଦକ୍ଷେପ ନେଇଛୁ । ୧୫୬୩ ପରୀକ୍ଷାର୍ଥୀଙ୍କୁ ନିଟ ପରୀକ୍ଷା ପାଇଁ ପୁନର୍ବାର ହାଜର ହେବାକୁ ପଡିବ । ଏମାନଙ୍କୁ ଦିଆଯାଇଥିବା ସମସ୍ତ ସ୍କୋରକାର୍ଡ ବାତିଲ ହେବ ଏବଂ ପୁନର୍ବାର ପରୀକ୍ଷା କରାଯିବ ।

ମେ ୫ରେ ଅନୁଷ୍ଠିତ ହୋଇଥିବା ନିଟ୍ ରେ ଅନିୟମିତତାର ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ ପାଇଁ ଏକ ଆବେଦନ କରାଯାଇଥିଲା । ଏଥିସହ ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ କାଉନସେଲିଂ ନ କରିବା ପାଇଁ ଦାବି ହୋଇଥିଲା । ଛାତ୍ରଛାତ୍ରୀମାନଙ୍କ ସହାୟତା ଏବଂ ଲାଭ ପାଇଁ କାର୍ଯ୍ୟ କରୁଥିବା ଏକ ସଂସ୍ଥାର ଦୁଇଜଣ ସଦସ୍ୟଙ୍କ ଦ୍ୱାରା ଦାଖଲ ହୋଇଥିବା ଏହି ପିଟିସନରେ କୁହାଯାଇଥିଲା ଯେ ନିଟ୍ ପ୍ରଶ୍ନପତ୍ର ଲିକ୍ ଖବର ସେମାନଙ୍କୁ ଚକିତ କରିଦେଇଛି। ଏପରି ହେବାଦ୍ୱାରା ଅନେକ ମେଧାବୀ ଛାତ୍ରଙ୍କ ଡାକ୍ତର ହେବାର ସ୍ୱପ୍ନ ଭାଙ୍ଗିଯାଇଛି। ପରୀକ୍ଷାରେ ମିଳିଥିବା ମାର୍କ ଉପରେ ଆବେଦନକାରୀ ପ୍ରଶ୍ନ ଉଠାଇଥିଲେ । ଆବେଦନ ଅନୁଯାୟୀ, କିଛି ଛାତ୍ର ୭୧୮ ଏବଂ ୭୧୯ ମାର୍କ ପାଇଛନ୍ତି । ଫୁଲ ମାର୍କ ୭୨୦ହୋଇଥିବା ବେଳେ ୬୭ଜଣ ଛାତ୍ର ଶତ ପ୍ରତିଶତ ରେଜଲ୍ଟ ଅର୍ଥାତ୍ ୭୨୦ ମାର୍କରୁ ୭୨୦ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଆଶ୍ଚର୍ଯ୍ୟର କଥା ସେଥିମଧ୍ୟରୁ ଆଠ ଜଣ ଛାତ୍ର ସମାନ ପରୀକ୍ଷା କେନ୍ଦ୍ରରୁ ଆସିଛନ୍ତି । ଯାହା ଏନଟିଏ ଦ୍ୱାରା କରାଯାଇଥିବା ପରୀକ୍ଷା ଉପରେ ସନ୍ଦେହ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *