ଓ୍ୱାକଫ୍ ସଂଶୋଧନ ଆଇନକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି। କିଛି ଧାରା ଉପରେ ରୋକ୍ ଲଗାଇଲେ ସର୍ବୋଚ୍ଚ କୋର୍ଟ । ୫ ବର୍ଷ ଜରୁରୀ ଥିବା ପ୍ରାବଧାନ ଉପରେ ଲାଗିଲା କଟକଣା । ସେହିପରି ଓ୍ୱାକଫ୍ ଆଇନର ଅନୁଚ୍ଛେଦ ୩୭୪ ଉପରେ ରୋକ୍ ଲଗାଯାଇଥିବା ବେଳେ ରାଜସ୍ୱ ରେକର୍ଡ ସମ୍ୱଦ୍ଧୀୟ ଧାରାରେ ମଧ୍ୟ ଲାଗିଲା କଟକଣା ।

ୱାକଫ ସଂଶୋଧନ ଆଇନ ୨୦୨୫ ସମ୍ପର୍କରେ CJI କହିଛନ୍ତି ଯେ ସମ୍ପୂର୍ଣ୍ଣ ୱାକଫ ଆଇନକୁ ନିଷିଦ୍ଧ କରିବାର କୌଣସି ଆଧାର ନାହିଁ, କିନ୍ତୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥାକୁ ନିଷିଦ୍ଧ କରାଯାଇଛି।ନିଷିଦ୍ଧ କରାଯାଇଥିବା ଦୁଇଟି ବ୍ୟବସ୍ଥା ହେଉଛି । କଲେକ୍ଟର ନିଷ୍ପତ୍ତି ନେଇପାରିବେ ନାହିଁ ଯେ କୌଣସି ସମ୍ପତ୍ତି ୱାକଫ୍ କି ନାହିଁ। ଏହା ବିଧାନସଭା ଏବଂ ନ୍ୟାୟପାଳିକାର ଭୂମିକାରେ ହସ୍ତକ୍ଷେପ କରେ ଏବଂ କ୍ଷମତା ପୃଥକୀକରଣ ନୀତିର ଉଲ୍ଲଂଘନ।

ଓ୍ୱାକଫ୍ ବୋର୍ଡରେ ରହିବେ ନାହିଁ ୩ରୁ ଅଧିକ ଅଣମୁସଲିମ୍ । ବିବାଦର ସମାଧାନ କରିପାରିବେ ନାହିଁ ଜିଲ୍ଲାପାଳ । ଓ୍ୱାକଫ୍ ବୋର୍ଡର CEO ଜଣେ ମୁସଲିମ୍ ହେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *