ସୁନା ଅଳଙ୍କାରରେ ସଜ୍ଜିତ ହେଲେ ତିନି ଠାକୁର । ରାଜରାଜେଶ୍ୱର ବେଶରେ ଦର୍ଶନ ଭ ଦେଉଛନ୍ତି ରଥାରୁଢ ଚତୁର୍ଦ୍ଧାମୂରତି। ଶ୍ରୀଅଙ୍ଗରେ ସୁଶୋଭିତ ହୋଇଛି ମହଣ ମହଣ ସୁନା। ଜଗାର ସୁନାବେଶ ଦେଖିବା ପାଇଁ ବଡ଼ଦାଣ୍ଡ ପାଲଟିଛି ଜନ ସମୁଦ୍ର । ଦିବ୍ୟ ଦୁର୍ଲଭ ମହାପ୍ରଭୁଙ୍କର ସୁନା ବେଶ ଦର୍ଶନ କରୁଛନ୍ତି ଅଗଣିତ ଭକ୍ତ ।

୧୩୨ ପ୍ରକାର ଅଳଙ୍କାରରେ ସଜେଇ ହୋଇଛନ୍ତି ମହାପ୍ରଭୁ । ସୁନାର କିରୀଟ, କୁଣ୍ଡଳ, ରତ୍ନଖଚିତ ଘାଗଡ଼ା ମାଳି, ବାହାଡ଼ା ମାଳି, ତାବିଜ ମାଳି, ହରିଡ଼ା ମାଳି, କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି, ହଳମୂଷଳ, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ତଡ଼ଗି ଆଦି ଅଳଙ୍କାର ପିନ୍ଧି ଶ୍ରୀଜିଉ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂରତି । ମହାପ୍ରଭୁଙ୍କର ଏହି ଦିବ୍ୟ ବେଶ ରାତି ୧୧ଟା ଯାଏଁ ଭକ୍ତମାନେ ଦର୍ଶନ କରିପାରିବେ।

Leave a Reply

Your email address will not be published. Required fields are marked *