ରାଜ୍ୟରେ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ଯୋଗୁଁ ବଢ଼ିପାରେ ବିଭିନ୍ନ ସ୍କୁଲରେ ଚାଲିଥିବା ଖରା ଛୁଟି ଅବଧି । ଏ ନେଇ ଆଜି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି ଜୁନ୍ ୨୨ ତାରିଖରେ ସ୍କୁଲ ଖୋଲିବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ରାଜ୍ୟର ଅନେକ ଜିଲ୍ଲାରେ ତାପମାତ୍ରା ଉଚ୍ଚ ସ୍ତରରେ ରହିଛି ।

ମନ୍ତ୍ରୀ କହିଛନ୍ତି ଏ ନେଇ ସରକାର ପରିସ୍ଥିତିକୁ ନିକଟରୁ ସମୀକ୍ଷା କରୁଛନ୍ତି। ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ସର୍ବାଧିକ ପ୍ରାଥମିକତା ରହିଛି । ଆଗାମୀ ଦିନରେ ଗ୍ରୀଷ୍ମ ପ୍ରବାହର ତୀବ୍ରତା ଉପରେ ପୁନଃ ଖୋଲିବା ତାରିଖ ନିର୍ଭର କରିବ।

Leave a Reply

Your email address will not be published. Required fields are marked *