୬ ମାସ ପାଇଁ ଛୁଟି ନେଲେ ସୁଜାତା କାର୍ତ୍ତିକେୟନ । ଝିଅର ଦଶମ ଶ୍ରେଣୀ ପରୀକ୍ଷା ପ୍ରସ୍ତୁତି ପାଇଁ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ସୁଜାତା ଆର୍‌ କାର୍ତ୍ତିକେୟନ୍‌ ୬ ମାସ ପାଇଁ ଛୁଟିରେ ରହିବେ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଅଛନ୍ତି ସୁଜାତା କାର୍ତ୍ତିକେୟନ । ମିଶନ ଶକ୍ତିରୁ ଅପସାରଣ ପରେ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ୱରେ ଅଛନ୍ତି ସୁଜାତା । ବିଜେପିର ଅଭିଯୋଗ ପରେ ତାଙ୍କୁ ମିଶନ ଶକ୍ତିରୁ ହଟାଇଦିଆଯାଇଥିଲା । ଝିଅର ଦଶମ ଶ୍ରେଣୀ ପରୀକ୍ଷା ଥିବାରୁ ତା’ର ପ୍ରସ୍ତୁତି ପାଇଁ ସେ ଆସନ୍ତା ନଭେମ୍ବର ୨୬ ତାରିଖ ଯାଏଁ ଛୁଟିରେ ରହିବେ।

 

ସୂଚନାଯୋଗ୍ୟ, ସୁଜାତା ହେଉଛନ୍ତି ବିଜେଡି ନେତା ତଥା ପୂର୍ବତନ ଆଇଏଏସ ଅଧିକାରୀ କାର୍ତ୍ତିକ ପାଣ୍ଡିଆନଙ୍କ ପତ୍ନୀ । ଗତ ସାଧାରଣ ନିର୍ବାଚନ ସମୟରେ ମିଶନ ଶକ୍ତି ବିଭାଗର ମୁଖ୍ୟ ଥିବା ସୁଜାତା ରାଉତ କାର୍ତିକେୟନ ନିଜର କ୍ଷମତାର ଦୁରୁପଯୋଗ କରି ନିର୍ବାଚନୀ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଥିବା ଅଭିଯୋଗ ଆସିଥିଲା ।ଏହା ‌ପରେ ସୁଜାତା କାର୍ତ୍ତିକେୟନଙ୍କୁ ମିସନ ଶକ୍ତି ବିଭାଗରୁ ଅର୍ଥ ବିଭାଗକୁ ବଦଳି ହୋଇଥିଲା।

 

 

By SonaliP

Leave a Reply

Your email address will not be published. Required fields are marked *