ଆସନ୍ତା ୧୫ ଦିନ ଭିତରେ ସରିବ ‘ସୁଭଦ୍ରା’ ରିଜେକ୍ସନ ଯାଞ୍ଚ ପ୍ରକ୍ରିୟା। ଏ ନେଇ ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି ଅଧିକ ରିଜେକ୍ସନ ସ୍ଥାନକୁ ଗୁରୁତ୍ବ ଦିଆଯାଉଛି । ମାଲକାନଗିରି, ଗଜପତି, କୋରାପୁଟରେ ଅଧିକ ରିଜେକ୍ସନ ହୋଇଛି । ଏହି ସବୁ ସ୍ଥାନରେ ଅଧିକ ଗୁରୁତ୍ବ ଦିଆଯାଉଛି। ଆସନ୍ତା କାଲିଠାରୁ ପ୍ରଥମ କରି ମାଲକାନାଗିରିରୁ ଏହି ଯାଞ୍ଚ ଆରମ୍ଭ ହେବ ।

ଉପମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ସିଡିପିଓ ଙ୍କ ଦାୟିତ୍ବରେ ଭେରୀଫିକେସନ ଚାଲିଛି। ୧୫ ଦିନ ଭିତରେ ଯାଞ୍ଚ ଶେଷ ହେବ । ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନେ ସମସ୍ତେ ସୁଭଦ୍ରା ଟଙ୍କା ପାଇବେ। ଏପର୍ଯ୍ୟନ୍ତ ସୁଭଦ୍ରା ଟଙ୍କା ପାଇନଥିବା ମହିଳାଙ୍କ ମଧ୍ୟରୁ ୨୨ ପ୍ରତିଶତ ଭେରୀଫିକେସନ ହୋଇଛି ବାକି ଜାରି ରହିଛି ।

ଅନ୍ୟପଟେ ୨୦୨୫ ମାର୍ଚ୍ଚ ୭ ତାରିଖ ସୁଦ୍ଧା ନାମ ପଞ୍ଜୀକରଣ କରିପାରିବେ ଆବେଦନକାରୀ । ମାର୍ଚ୍ଚ ୮ ତାରିଖରେ ମିଳିବ ଦ୍ୱିତୀୟ କିସ୍ତି ଟଙ୍କା

Leave a Reply

Your email address will not be published. Required fields are marked *