ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନ୍ସନ୍ । ଯେଉଁ ସୁଭଦ୍ରା ହିତାଧିକାରୀ ୬୦ ବର୍ଷ ହୋଇଯାଇଥିବା ସେମାନଙ୍କୁ ଏଣିକି ବାର୍ଦ୍ଧକ୍ୟା ଭତ୍ତା ପ୍ରଦାନ କରିବେ ରାଜ୍ୟ ସରକାର। ଅଧିକ ବୟସ୍କ ଓ ଦୁର୍ବଳ ଲୋକଙ୍କୁ ପ୍ରାଥମିକତା ଦିଆଯିବ । ୬୦ ବର୍ଷ ବୟସ ପାଇଁ ସୁଭଦ୍ରାରୁ ୯୩ ହଜାର ହିତାଧିକାରୀ ବାଦ୍ ପଡ଼ିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏଥି ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ମହିଳା ଓ ଶିଶୁ ବିକାଶ ବିଭାଗକୁ ଚିଠି କରାଯାଇଛି । ଚିଠି ମୁତାବକ ମଧୁବାବୁ ପେନସନ ଯୋଜନା (ଏମବିପିୱାଇ) ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନ୍ଏସ୍ଏପି)ରେ ସୁଭଦ୍ରା ହିତାଧିକାରୀଙ୍କୁ ସାମିଲ କରାଯିବ । ୬୦ ବର୍ଷ ବୟସ ହୋଇଯାଇଥିବା ୯୩ ହଜାର ସୁଭଦ୍ରା ହିତାଧିକାରୀ ଏଣିକି ବାର୍ଦ୍ଧକ୍ୟ ଭତ୍ତା ପାଇବେ । ମହିଳା ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିବାକୁ ପଡ଼ିବ । ଯେଉଁମାନେ ଅଧିକ ବୟସ୍କ ଓ ଦୁର୍ବଳ ଶ୍ରେଣୀର ହୋଇଥିବେ ସେମାନଙ୍କୁ ପ୍ରାଥମିକତା ପ୍ରଦାନ କରାଯିବ । Post navigation ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ ସ୍କୁଲ ମଧ୍ୟରେ ମାର୍ପିଟ ଘଟଣା: ୩ ଶିକ୍ଷକ ନିଲମ୍ବିତ