ବିପଦ ସଂକେତ ଉପରେ ବୈତରଣୀ ଓ ସୁବର୍ଣ୍ଣରେଖା । ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାର ବିଭିନ୍ନ ଅଞ୍ଚଳ ସମେତ ଉପର ମୁଣ୍ଡରେ ଅତି ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ଓ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢ଼ୁଛି। । ଫଳରେ ବୈତରଣୀ ଓ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ବର୍ଷା ଜାରି ରହିଲେ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିବାର ଆଶଙ୍କା ରହିଛି । ଏହି ନଦୀଗୁଡ଼ିକ ଜଳସ୍ତର ବଢ଼ୁଥିବାରୁ ଉତ୍ତର ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଈଛି। ଏନେଇ ଲୋକମାନଙ୍କୁ ମଧ୍ୟ ସତର୍କ କରାଯାଇଛି । ନଦୀର ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳର ଲେକଙ୍କୁ ସତର୍କ କରାଯାଇଛି । ଏନେଇ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟବସ୍ଥା କରାଯାଇଛି । ସେହିପରି ୨୫ ତାରିଖ ଅର୍ଥାତ୍ ଆସନ୍ତାକାଲି ସୁଦ୍ଧା ପୁଣି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ଫଳରେ ଉତ୍ତର ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । Post navigation ପାତ୍ରପଡ଼ା ହିଟ୍ ଆଣ୍ଡ୍ ରନ୍ ଘଟଣାରେ ସ୍କର୍ପିଓ ଗାଡ଼ି ମାଲିକ ଗିରଫ; ଥାର୍ ମାଲିକଙ୍କ ମିଳୁନି ପତ୍ତା ଡୁଡୁମା ଜଳପ୍ରପାତରେ ଭାସିଗଲେ ୟୁଟ୍ୟୁବର