ପରିବହନ ନିଗମ ବସ୍ ରେ ଛାତ୍ରଛାତ୍ରୀଙ୍କ ପାଇଁ କମ୍ ରହିବ ବସ୍ ଭଡ଼ା । ଯାତ୍ରା ସମୟରେ ଛାତ୍ରଛାତ୍ରୀଙ୍କୁ ଭଡା ପାଇଁ ମିଳିବ ୫୦ ପ୍ରତିଶତ ରିହାତି । ଏ ନେଇ ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ସେ କହିଛନ୍ତି ମୋ ବସ୍ ସେବା ଯୋଜନାରେ ପଞ୍ଚାୟତରୁ ବ୍ଲକ୍ ୫ ଟଙ୍କା ଓ ଜିଲ୍ଲା ସଦର ମହକୁମାକୁ ଯାଉଥିଲେ ୧୦ ଟଙ୍କା ଭଡ଼ା ପଡୁଛି । ଏହା ସହ ପରିବହନ ନିଗମ ବସ୍ ରେ ଛାତ୍ରଛାତ୍ରୀମାନଙ୍କୁ ୫୦ ପ୍ରତିଶତ ରିହାତି ପ୍ରଦାନ କରାଯିବ ।

ସୂଚନା ଯୋଗ୍ୟ; ଶୁକ୍ରବାର ବିଧାନସଭାରେ କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ, ରାଜ୍ୟ ମଧ୍ୟରେ ସାର୍ବଜନୀନ ପରିବହନ ସେବା ବ୍ୟବହାର କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ କୌଣସି ରିହାତି ଭଡ଼ା କିମ୍ବା ସ୍ୱତନ୍ତ୍ର ବ୍ୟବସ୍ଥା ଅଛି କି ନାହିଁ । ଏହା ଉପରେ ସରକାର କ’ଣ ବିବରଣୀ ପ୍ରଦାନ କରିବେ ? ଏହି ପ୍ରଶ୍ନର ଏହିପରି ଉତ୍ତର ରଖିଛନ୍ତି ମନ୍ତ୍ରୀ ବିଭୂତି ଭୂଷଣ ଜେନା ।

Leave a Reply

Your email address will not be published. Required fields are marked *