ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗଠାରେ ଥିବା ଜବାହାର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ବ୍ୟାପିବା ଘଟଣାରେ ଆଜି ସ୍ଥିତି ପରଖିଛନ୍ତି ନବୋଦୟ ସମିତି କମିଶନର । ଏହା ପରେ ଆସନ୍ତା ୧୪ ପର୍ଯ୍ୟନ୍ତ ପିଲାଙ୍କୁ ଘରକୁ ନେଇଯିବାକୁ ନିର୍ଦ୍ଦେଶ ନିଆଯାଇଛି । ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି ନବୋଦୟ ବିଦ୍ୟାଳୟ ପ୍ରିନ୍ସପାଲ୍ । ବିଦ୍ୟାଳୟକୁ ସମ୍ପୁର୍ଣ୍ଣ ସାନିଟାଇଜ କରାଯିବ ସହ ପୁଣି ଥରେ ୱାଟର ଲେବଲ ଟେଷ୍ଟିଙ୍ଗ ପାଇଁ ଖୋର୍ଦ୍ଧା ଜିଲା ସ୍ବାସ୍ଥ୍ଯ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ଥିତି ସ୍ବାଭାବିକ ହେବା ପରେ ନିଷ୍ପତ୍ତି ନିଆଯିବ ବୋଲି ଅଧ୍ଯକ୍ଷା କବିତା କର କହିଛନ୍ତି । ସୂଚନା ଯୋଗ୍ୟ; ପ୍ରଥମେ ନବୋଦୟ ବିଦ୍ୟାଳୟରେ ୩୦ ଜଣ ଅନ୍ତେବାସୀଙ୍କ ରକ୍ତ ନମୁନା ଜଣ୍ଡିସ୍ ପଜିଟିଭ୍ ଆସିଛି । ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଆବାସିକ ବିଦ୍ୟାଳୟ କର୍ତ୍ତୃପକ୍ଷ ଘରକୁ ପଠାଇ ଦିଆଯାଇଥିବାବେଳେ ଜ୍ୱରରେ ପୀଡିତ ଅନ୍ୟ ୧୦୦ ଜଣ ଛାତ୍ରଛାତ୍ରୀଙ୍କ ନମୁନା ସଂଗ୍ରହ କରାଯାଇଛି ।ଏହାକୁ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ବତ୍ତମାନ ସୁଦ୍ଧା ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ଯା ୮୧ରେ ପହଞ୍ଚିଛି । ଏହି ଘଟଣା ପରେ ସ୍କୁଲରେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଓ ୱାଟକୋ ଟିମ୍ ପହଞ୍ଚିଛନ୍ତି। ୱାଟକୋ ଟିମ୍ ଜଳ ନମୁନା ସଂଗ୍ରହ କରିଛନ୍ତି। କିଛି ଜଳର ନମୁନା ସେଠାରେ ପରୀକ୍ଷା କରାଯାଇଥିବାବେଳେ ସମସ୍ତ ନମୁନାକୁ ପରୀକ୍ଷା ପାଇଁ ଲାବ୍ରୋଟାରୀକୁ ପଠାଯାଇଛି Post navigation Odisha Census: ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ ଜନଗଣନା Pollution Certificate Issue: ପଲ୍ୟୁସନ ସାର୍ଟିଫିକେଟ ପ୍ରସଙ୍ଗ: ବିଜୁ ଯୁବ ଛାତ୍ର ଜନତା ଦଳର ଆନ୍ଦୋଳନ ଡାକରା