ଛାତ୍ରଛାତ୍ରୀଙ୍କୁ ଶିକ୍ଷୟିତ୍ରୀଙ୍କ ଦୁର୍ବ୍ୟବହାର ଅଭିଯୋଗ । ଢେଙ୍କାନାଳ ସଦର ବ୍ଲକ୍ ଭାନିରାମ ଆଦର୍ଶ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ପ୍ରମିଳା ବେହେରାଙ୍କୁ ନେଇ ଛାତ୍ରଛାତ୍ରୀଙ୍କ ଅଭିଯୋଗ । ଛାତ୍ରଛାତ୍ରୀଙ୍କୁ ସଂସ୍କୃତ ଶିକ୍ଷୟିତ୍ରୀ ଗାଳିଗୁଲଜ ସହ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ଏବେ ସମ୍ନାକୁ ଆସୁଛି । ଶିକ୍ଷୟିତ୍ରୀଙ୍କ ବଦଳି ଦାବିରେ ସ୍କୁଲ ଗେଟ୍ରେ ତାଲା ପକାଇ ଧାରଣା ଦେଉଛନ୍ତି ଶତାଧିକ ଛାତ୍ରଛାତ୍ରୀ । ଏହା ସହ ଛାତ୍ରଛାତ୍ରୀଙ୍କ ସହ ସ୍କୁଲର ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ମଧ୍ୟ ଖରାପ ବ୍ୟବହାର କରୁଥିବା ନେଇ ଅଭିଯୋଗ ହୋଇଛି। ତେଣୁ ଶିକ୍ଷୟତ୍ରୀ ପ୍ରମିଳା ବେହେରାଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି ଦାବି କରିଛନ୍ତି ଛାତ୍ରଛାତ୍ରୀ । ଦୀର୍ଘ ଦିନ ଧରି ଶିକ୍ଷୟତ୍ରୀ ଜଣଙ୍କ ଏଭଳି ବ୍ୟବହାର ପ୍ରଦର୍ଶନ କରି ଆସୁଛନ୍ତି । ପୂର୍ବରୁ ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି ବୋଲି ସୂଚନା ରହିଛି। Post navigation ଛୁଟିରେ ଗଲେ କ୍ରାଇମବ୍ରାଞ୍ଚ ଆଇଜି, ଏସ୍ପିଙ୍କୁ ତଦନ୍ତ ଦାୟିତ୍ବ ହୋମ୍ଗାର୍ଡ ପରୀକ୍ଷାର୍ଥୀଙ୍କ ମୃତ୍ୟୁ