ବଦଳିଲା ଛାତ୍ରଛାତ୍ରୀଙ୍କ ଆଇଡି କାର୍ଡ ରଙ୍ଗ । ଆଇଡି କାର୍ଡ ସବୁଜ ରଙ୍ଗରୁ ଗେରୁଆ ରଙ୍ଗକୁ ପରିବର୍ତ୍ତନ। ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଆଇଡି କାର୍ଡ ରଙ୍ଗ ବଦଳିଲା।୨୦୨୫-୨୬ ଶିକ୍ଷାବର୍ଷରୁ ନୂଆ ଆଇଡି କାର୍ଡ ପିନ୍ଧିବେ ଛାତ୍ରଛାତ୍ରୀ। ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ସୂଚନା ଦିଆଯାଇଛି । ଏହା ସହ ହାଉସ ୟୁନିଫର୍ମ ଓ ଟୋପିର ଲୋଗୋ ମଧ୍ୟ ପରିବର୍ତ୍ତନ କରାଯାଇଛି । ଟୋପିର ରଙ୍ଗ ଧଳା ଓ ସେଥିରେ ସ୍ଲୋଗାନ ସହ ଲୋଗୋ ହୋଇଥିବା ଜଣାପଡିଛି । ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଜଣକ ପିଛା ୫୦୦ ଟଙ୍କାରେ ହଳେ ଜୋତା, ଦୁଇ ହଳ ମୋଜା ଆଉ ତା ସହିତ ଗୋଟିଏ-ଟି ସାର୍ଟ, ଟ୍ରାକ୍ ପ୍ୟାଣ୍ଟ ଆଉ ଟୋପି ଦେବେ ସରକାର । Post navigation କ୍ଷେପଣାସ୍ତ୍ର ପ୍ରଳୟ-୬ର ସଫଳ ଉତ୍କ୍ଷେପଣ କାହିଁକି ତଥ୍ୟ ଦେବେନି ସୂଚନା କମିଶନ ଓ ଯାଜପୁର ଆର୍ଏମସି; ଜବାବ ଦାଖଲ ପାଇଁ ହାଇକୋର୍ଟଙ୍କ ନୋଟିସ୍