ସମ୍ବଲପୁର ଗଙ୍ଗାଧର ମେହର ବିଶ୍ଵବିଦ୍ୟାଳୟରେ ଛାତ୍ରୀ ନିର୍ଯାତନା ମାମଲାରେ ଗିରଫ ଆସିଷ୍ଟାଣ୍ଟ ପ୍ରଫେସର ନିଲମ୍ବିତ । ଏଜୁକେସନ୍‌ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଗୋପିକାନ୍ତ ସୁନା ନିଲମ୍ବିତ । ଭାରାପ୍ରାପ୍ତ କୁଳପତି ପ୍ରଫେସର ସୁଶାନ୍ତ କୁମାର ଦାଶ ସହକାରୀ ଅଧ୍ୟାପକ ଗୋପିକାନ୍ତ ସୁନାଙ୍କୁ ନିଲମ୍ବିତ କରିଛନ୍ତି । ମହିଳା ଥାନା ଆଇଆଇସିଙ୍କ ରିପୋର୍ଟ ଆଧାରରେ ସସ୍‌ପେଣ୍ଡ୍‌ କରାଯାଇଛି ।

ଛାତ୍ରୀ ନିର୍ଯାତନା ମାମଲାରେ କୂଳପତି କହିଛନ୍ତି ଏ ସମ୍ପର୍କରେ ଛାତ୍ରୀ ଜଣକ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି ଅଭିଯୋଗ କରିନଥିଲେ । ଏହି ଘଟଣା ନେଇ ଗତକାଲି ରାତିରେ ମହିଳା ଥାନା ପୋଲିସ ପକ୍ଷରୁ ତାଙ୍କୁ ସୁଚନା ଦିଆଯାଇଥିଲା । ତେଣୁ ଏବେ ମହିଳା ଥାନା ପକ୍ଷରୁ ଅଧ୍ୟାପକଙ୍କୁ ଗିରଫ କରାଯିବା ଘଟଣା ପରେ ଆଜି ବିଶ୍ଵବିଦ୍ୟାଳୟ ପକ୍ଷରୁ ସଂପୃକ୍ତ ଅଧ୍ୟାପକ ଗୋପିକାନ୍ତ ସୁନାଙ୍କ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ସୂଚନା ଯୋଗ୍ୟ; ସମ୍ବଲପୁର ଜିଏମ ବିଶ୍ବବିଦ୍ୟାଳୟର ଏଜୁକେସନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଗୋପୀକାନ୍ତ ସୁନା ନିଜ କ୍ୱାର୍ଟର ଠାରେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଛାତ୍ରୀଙ୍କ ସହ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ ଏବଂ ପରେ ବିବାହ କରିବାକୁ ମନା କରିଦେଇଥିଲେ। ଛାତ୍ରୀ ଜଣଙ୍କ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଦ୍ବିତୀୟ ବର୍ଷରେ ପଢ଼ୁଥିଲେ । ଏନେଇ ଛାତ୍ରୀ ଜଣକ ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ।

Leave a Reply

Your email address will not be published. Required fields are marked *