କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇରେ ଛାତ୍ରୀ ପୋଡ଼ି ଘଟଣାର ଆସିଲା ପୋଷ୍ଟମର୍ଟମ ରିପୋର୍ଟ। ପୋଡ଼ିଯିବା କାରଣରୁ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଏସ୍ପି । ସେ ପ୍ରେସ୍ କନଫରେନ୍ସରେ ମାଧ୍ୟମରେ କହିଛନ୍ତି ଘଟଣାଦିନ ଛାତ୍ରୀ ଜଣକ ସାଢ଼େ ୮ ପର୍ଯ୍ୟନ୍ତ ଫୋନ୍ରେ କଥା ହୋଇଥିଲେ । ସାଢ଼େ ୮ରୁ ୧୧ଟା ଭିତରେ ପୋଡ଼ି ହୋଇ ମୃତ୍ୟୁ ହୋଇଛି ।ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି । ଶରୀରର ୯୫% ପୋଡିହୋଇଥିବା କାରଣରୁ ଯୁବତୀଙ୍କ ମୃତ୍ୟୁ ହୋଇଛି । ଏହ ସହ ଏସ୍ପି କହିଛନ୍ତି ସିସିଟିଭିରୁ ସ୍ପଷ୍ଟ ଘଟଣା ପୂର୍ବରୁ ବାପା ମାଆ ଘରୁ ବାହାରକୁ ଯାଇଥିଲେ । ସକାଳ ୭.୪୦ ରୁ ସାଢେ ଏଗାର ପର୍ଯ୍ୟନ୍ତ କାମରେ ଯାଇଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି। ଅନର କିଲିଂ ବୋଲି କୌଣସି ପ୍ରମାଣ ମିଳି ନାହିଁ । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା କେବଳ ଜଣେ ଅଭିଯୁକ୍ତ ହେଉଛନ୍ତି ପ୍ରମୋଦ ବେହେରା । ବର୍ତ୍ତମାନ ପର୍ଯ୍ୟନ୍ତ ତଦନ୍ତ ଜାରି ରହିଛି। Post navigation କପା ଆମଦାନୀ ଉପରେ ସୀମା ଶୁଳ୍କ ଛାଡ଼ କଲେ କେନ୍ଦ୍ର ସରକାର ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷଣା: ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ଦାୟିତ୍ବ