ମାନବିକତାର ସୀମା ଟପିଲା ମଣିଷ । ବୁଲା କୁକୁରକୁ ଖଣ୍ଡାରେ ହାଣିଲେ ୮ ଦୁର୍ବୃତ୍ତ । ବ୍ରହ୍ମପୁର ଗାନ୍ଧୀନଗର ଲେନ୍ ନଂ-୭ରେ ଘଟିଛି ଏହି ଅମାନବିୟ ଘଟଣା । କୁକୁରକୁ ଆକ୍ରମଣ କରିବା ବେଳର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ, ଶନିବାର ଭୋର ସମୟର ୩ଟି ସ୍କୁଟିରେ ୮ଜଣ ଯୁବକ ଖଣ୍ଡା ଧରି ବ୍ରହ୍ମପୁର ଗାନ୍ଧି ନଗର ସପ୍ତମ ଲାଇନ ଦେଇ ଯାଉଥିବା ବେଳେ ସେଠାରେ ଥିବା କିଛି ବୁଲା କୁକୁର ସେମାନଙ୍କୁ ଦେଖି ଜୋରରେ ଭୋକିଥିଲେ । କୁକୁର ଭୋକୁଥିବା ଦେଖି ଦୁର୍ବୃତ୍ତମାନେ ରାଗକୁ ଗାଡ଼ିରୁ ଓହ୍ଲାଇ ଖଣ୍ଡାରେ କୁକୁରକୁ ହାଣି ଚାଲିଲେ । ଗୋଡ଼ାଇ ଗୋଡ଼ାଇ କୁକୁର ମାନଙ୍କୁ ହାଣି ବାର ଭିଡିଓ ଏବେ ଭାଇରାଲ ହେବାକୁ ଲାଗିଛି। ତେବେ କଣ ପାଇଁ ବୁଲା କୁକୁରଟିକୁ ଆକ୍ରମଣ କରିବା ପଛର କାରଣ ଜଣା ପଡ଼ିନଥିବା ବେଳେ ଭିଡିଓ ଭାଇରାଲ ପରେ ଟାଉନ ଥାନା ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।

ଅନ୍ୟପକ୍ଷରେ ଶନିବାର ଭୋର ସମୟରେ ୩ଟି ସ୍କୁଟିରେ ୮ଜଣ ଯୁବକ ଗାନ୍ଧୀନଗର କଣ ପାଇଁ ଆସିଥିଲେ ତାକୁ ନେଇ ପ୍ରଶ୍ନ ଉଠିିଛି ।

Leave a Reply

Your email address will not be published. Required fields are marked *