ଆସ୍ଥାର ମହାପର୍ବ ମହାକୁମ୍ଭ ମେଳା ଜାନୁଆରୀ ୧୩ରୁ ପ୍ରୟାଗରାଜରେ ଆରମ୍ଭ ହୋଇଛି । ମହାକୁମ୍ଭ ମେଳା ହିନ୍ଦୁ ସନାତନ ପରମ୍ପରା ଏବଂ ଭାରତୀୟ ସଂସ୍କୃତିର ଏକ ମହାନ ଧାର୍ମିକ ଉତ୍ସବ। ଏଥିରେ ସାମିଲ ହେବା ପାଇଁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସୁଥିବାର ଦେଖିବାକୁ ମିଳିଛି। ସେଥିମଧ୍ୟରୁ କୁମ୍ଭମେଳାରେ ଆପଲ୍‌ର ସହ ପ୍ରତିଷ୍ଠାତା ଦିବଙ୍ଗତ ଷ୍ଟିଭ୍‌ ଜବ୍ସଙ୍କ ପତ୍ନୀ ଲରେନ୍‌ ପାଓ୍ୱେଲ ଓରଫ କମଳା ମଧ୍ୟ ଯୋଗ ଦେଇଛନ୍ତି। ଗଳାରେ ରହିଛି ତାଙ୍କର ରୁଦ୍ରାକ୍ଷ ମାଳା ଓ ଦେହରେ ଗେରୁଆ ଥିବାର ଦେଖିବାକୁ ମିଳିଛି। ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର ସଙ୍ଗମସ୍ଥଳ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବେ ଲରେନ୍‌ ପାଓ୍ୱେଲ। ଏଥିପାଇଁ ଲରେନ୍‌ ଶନିବାର ରାତିରେ ଏକ ୪୦ ଜଣିଆ ଦଳ ସହିତ ଆମେରିକାରୁ ଆସିଛନ୍ତି ବୋଲି ସୂଚନା ମିଳିଛି । ଲରେନ୍‌ ପାୱେଲଙ୍କ ସହ ତାଙ୍କ ସହ ଆସିଥିବା ଆମେରିକାର ଅନ୍ୟ ଲୋକମାନେ ମଧ୍ୟ ମାହାକୁମ୍ଭରେ ପୂଜା କରିଛନ୍ତି ।

ନୀରଞ୍ଜନ ଆଖଡାର ଆଚାର୍ଯ୍ୟ କୈଳାଶନନ୍ଦ ଗିରି ମହାରାଜ ଲରେନ୍ ପାୱେଲଙ୍କୁ ଆଧ୍ୟାତ୍ମିକ ନିବିଡ଼ତାର ପ୍ରତୀକ ଭାବେ କମଳା ନାମ ଦେଇଥିଲେ । ସେ ପ୍ରୟାଗରାଜ ଆସିବା ପୂର୍ବରୁ ବାରଣାସୀ ଯାଇଥିଲେ । ପ୍ରୟାଗରାଜରେ ୧୫ ପର୍ଯ୍ୟନ୍ତ ରହି ତା’ପରେ ଆମେରିକା ଚାଲିଯିବେ।

Leave a Reply

Your email address will not be published. Required fields are marked *