କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ରାଜ୍ୟବ୍ୟାପୀ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି। ଫଳରେ ରୋଗୀ ସେବା ପ୍ରଭାବିତ ହୋଇଛି। ଭୁବନେଶ୍ବର ଏମ୍ସ,ଏସସିବି, ଭୀମସାର ଓ ଏମକେସିଜିରେ ଆନ୍ଦୋଳନ ଜାରି ରହିଛି। ଜରୁରୀକାଳୀନ ଚିକିତ୍ସାକୁ ଛାଡ଼ି ଅନ୍ୟ ସମସ୍ତ ବିଭାଗ ସେବା ପ୍ରଭାବିତ ହୋଇଛି। ଭୁବନେଶ୍ବର ଏମ୍ସରେ ୫ଶହରୁ ଅଧିକ ଡାକ୍ତର ଧାରଣାରେ ବସିଛନ୍ତି। ଏମକେସିଜିରେ ଜୁନିୟର ଡାକ୍ତରଙ୍କ ଆଉଟ ଡୋର କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି। ସୂଚନାଯୋଗ୍ୟ, କିଛି ଦିନ ତଳେ ଏସସିବିରେ ମଧ୍ୟ ଦୁଇ ରୋଗୀଙ୍କୁ ଡାକ୍ତର ଦୁଷ୍କର୍ମ କର ଗିରଫ ହୋଇଛନ୍ତି । ଏହାର ତଦନ୍ତ ପାଇଁ ୩ ଜଣିଆ କମିଟି ମଧ୍ୟ ଗଠନ ହୋଇଛି। 

Leave a Reply

Your email address will not be published. Required fields are marked *