ଟଙ୍କାଏ ବଢିବ ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନର ସହାୟତା ରାଶି । ପ୍ରତି ମିଲ୍ ପିଛା ଦାମକୁ ୧ ଟଙ୍କା ବୃଦ୍ଧି କରାଯିବ । ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହାଦ୍ୱାରା ପିଲାଙ୍କ ଖାଦ୍ୟରେ ଗୁଣାତ୍ମକ ମାନକୁ ଅଧିକ ବୃଦ୍ଧି କରାଯାଇପାରିବ। ସ୍କୁଲ୍‍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏ ବାବଦରେ ସୂଚନା ଦେଇଛନ୍ତି। ଆଉ ଖୁବଶୀଘ୍ର ଏନେଇ ସରକାର ବ୍ୟବସ୍ଥା କରିବେ ବୋଲି ମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଏବେ ସରକାର ପ୍ରତି ପ୍ରାଥମିକ ସ୍କୁଲ୍‍ ପିଲାଙ୍କ ପାଇଁ ଗୋଟିଏ ଭୋଜନ ପିଛା ୫ଟଙ୍କା ୪୨ ପଇସା ଖର୍ଚ୍ଚ କରୁଛନ୍ତି। ହାଇସ୍କୁଲ୍‍ ଯାଉଥିବା ପିଲାଙ୍କ ପାଇଁ ଏହା ମୁଣ୍ଡପିଛା ୮ଟଙ୍କା ୧୦ ପଇସା ରହିଛି। ଖାଦ୍ୟ ସାମଗ୍ରୀ ଓ ପନିପରିବା ଦର ବୃଦ୍ଧି ହେତୁ ଏହି ଅର୍ଥରେ ପିଲାଙ୍କ ପାଇଁ ଭଲ ଖାଦ୍ୟ ଯୋଗାଇବା ସମ୍ଭବ ହୋଇପାରୁ ନଥିବାରୁ ଦୀର୍ଘ ଦିନ ଧରି ମିଡ୍ ମେ ମିଲ୍ ସହାୟତା ରାଶି ବୃଦ୍ଧି କରିବାକୁ ଦାବି ହେଇ ଆସୁଥିଲା । ହେଲେ ଶେଷରେ ଏହି ସହାୟତା ରାଶିର ପରିମାଣ ବୃଦ୍ଧି କରିବାକୁ ଯାଉଛନ୍ତି ରାଜ୍ୟ ସରକାର ।

Leave a Reply

Your email address will not be published. Required fields are marked *