ଦିଲ୍ଲୀ ଗସ୍ତରେ ଗଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ମନମୋହନଙ୍କ ଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମ ବିଷୟରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ତଥାପି ଏହି ଗସ୍ତ ଅବସରରେ ରାଜ୍ୟ ବିଜେପି ସଭାପତି କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଭେଟିପାରନ୍ତି ।ଉପରାଷ୍ଟ୍ରପତି ନିର୍ବାଚନ ଏବଂ ରାଜ୍ୟ କମିଟି ଏବଂ ବୋର୍ଡ ନିଗମ ନିଯୁକ୍ତି ନେଇ ସେ ଦିଲ୍ଲୀ ଗସ୍ତ କରିଥିବା ଚର୍ଚ୍ଚା ହେଉଛି। ସୂଚନା ଅନୁଯାୟୀ, ଆସନ୍ତାକାଲି ଦିଲ୍ଲୀରେ ଏନଡିଏ ସାଂସଦମାନଙ୍କ ବୈଠକ ରହିଛି। ଏହାପୂର୍ବରୁ ଉପରାଷ୍ଟ୍ରପତି ନିର୍ବାଚନ ନେଇ ସାଂସଦମାନଙ୍କ ସହ ସେ ଆଲୋଚନା କରିପାରନ୍ତି ମନମୋହନ ସାମଲ। ଏହାସହିତ ରାଜ୍ୟରେ ଖାଲିପଡିଥିବା କମିଟି, ବୋର୍ଡ ଓ ନିଗମର ଅଧ୍ୟକ୍ଷ ନିଯୁକ୍ତି ନେଇ ମଧ୍ୟ ଆଲୋଚନା ହୋଇପାରେ । Post navigation ନଭେମ୍ବରରୁ ଆରମ୍ଭ ହେବ ପିଏମ୍ ଆବାସ ଗୃହ ବଣ୍ଟନ ପ୍ରକ୍ରିୟା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଶ୍ୱେତପର୍ଣ୍ଣା ଓ ଋତୁପର୍ଣ୍ଣା ପଣ୍ଡା