ଦିଲ୍ଲୀରେ ରାଜ୍ୟ ବିଜେପିର ବଡ଼ ବୈଠକ । ରାଜ୍ୟ ବିଜେପିର ସାଂଗଠନିକ ଓ ରାଜ୍ୟ ସଭାପତି ନିର୍ବାଚନ ନେଇ ଆଜି ଦିଲ୍ଲୀରେ ରାଜ୍ୟ ବିଜେପିର ବୈଠକ ହୋଇଥିବା ସୂଚନା ମିଳିଛି । ଦିନେ ୨ଦିନ ଭିତରେ ସରିବ ୩୭ ସାଙ୍ଗଠନିକ ଜିଲ୍ଲାର ନିର୍ବାଚନ । ଏହା ପରେ ୨୫ ସୁଦ୍ଧା ରାଜ୍ୟ ସଭାପତି ନାମ ଘୋଷଣା କରିବ ଦଳ ବୋଲି ଜଣାପଡିଛି । ତେବେ ନୂଆ ସଭାପତି କିଏ ହେବ, କିଏ ଧରିବେ ଦଳର ମଙ୍ଗ ତାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଛି ।

ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *