ପୁରୀ ଶ୍ରୀମନ୍ଦିରରେ ମହାପ୍ରସାଦ ହେବ ମାନ ଯାଞ୍ଚ । ରୋଷ ଘରକୁ ଯାଉଥିବା ସାମଗ୍ରୀ ଓ ବାହାରୁଥିବା ଅବଢ଼ାର ମାନ ଯାଞ୍ଚ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆଇନମନ୍ତ୍ରୀ କହିଛନ୍ତି ଅବଢ଼ାର ମାନ ଯାଞ୍ଚ ପାଇଁ ଫୁଡ ଇନ୍ସପେକ୍ଟର ନିଯୁକ୍ତି ହେବେ । ଫୁଡ ଇନ୍ସପେକ୍ଟର ନିଯୁକ୍ତି ପାଇଁ ସ୍ଵାସ୍ଥ୍ୟ ବିଭାଗ ସହ ଆଲୋଚନା ସରିଛି। ଅବଢ଼ାର ସୁଧତା ରଖିବା ପାଇଁ ଫୁଡ଼ ଇନ୍ସପେକ୍ଟର ରହିବେ। ଅବଢ଼ା ସହ ଘିଅର ମଧ୍ୟ ମାନ ଯାଞ୍ଚ କରାଯିବ । ଶ୍ରୀମନ୍ଦିରରେ ନକଲି ଘିଅ ବ୍ୟବହାର ହେଉନାହିଁ। ତେବେ ଶ୍ରୀମନ୍ଦିର ପ୍ରଶାସନକୁ ଘିଅର ମାନ ପରୀକ୍ଷଣ ପାଇଁ କୁହାଯାଇଛି ।

ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ବାଲାଜୀ ମନ୍ଦିର ଭଳି ଘଟଣା ଘଟିବା ପୂର୍ବରୁ ସଜାଗ ହେବାକୁ ପଡ଼ିବ । ଶ୍ରୀଜଗନ୍ନାଥ ମନ୍ଦିରରେ ଆମେ ଏହା କରିବାକୁ ଦେବୁନୁ ।

Leave a Reply

Your email address will not be published. Required fields are marked *