ସ୍ପେଶାଲ OTET ପରୀକ୍ଷାକୁ ପୁଣିଥରେ ସ୍ଥଗିତ ରଖାଯାଇଛି । ଆସନ୍ତା ୩୧ରେ ହେବାକୁ ଥିବା ସ୍ପେଶାଲ OTET ସ୍ଥଗିତ ହୋଇଛି। OTET ସ୍ଥଗିତ ନେଇ ସୂଚନା ଜାରି କଲା BSE । ଅନିବାର୍ଯ୍ୟ କାରଣ ପାଇଁ ପରୀକ୍ଷା ସ୍ଥଗିତ ଘୋଷଣା । ଖୁବ୍‌ ଶୀଘ୍ର OTET ହେବ ବୋଲି ଜଣାଇଲା ବୋର୍ଡ ।

ସୂଚନା ଯୋଗ୍ୟ; ଗତ ୨୦ତାରିଖରେ ସ୍ପେଶାଲ ଓଟିଇଟି ପରୀକ୍ଷା ହେବାର ଥିଲା । ଏହାପୂର୍ବରୁ ଗତ ୧୯ ତାରିଖ ରାତିରେ ଭାଇରାଲ ହୋଇଥିଲା ପ୍ରଶ୍ନପତ୍ର। ଫଳରେ ପରୀକ୍ଷାକୁ ବାତିଲ କରାଯାଇଥିଲା । ଏହାପରେ ଆସନ୍ତା ୩୧ ତାରିଖରେ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା ଯାହା ପୁଣି ସ୍ଥଗିତ ହୋଇଛି।

Leave a Reply

Your email address will not be published. Required fields are marked *