ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଲଜ୍ଜାଜନକ ପରାଜୟ ଭୋଗିଛି । କୋଲକାତାରେ ପ୍ରଥମ ଟେଷ୍ଟ ୩୦ ରନରେ ହାରିବା ପରେ ଗୌହାଟୀରେ ୪୦୮ ରନର ଐତିହାସିକ ପରାଜୟ ଭୋଗିଛି ଭାରତ । ବ୍ୟାଟିଂ ଓ ବୋଲିଂ ସବୁଥିରେ ଫ୍ଲପ୍ । ଏଥି ସହ ଦକ୍ଷିଣ ଆଫ୍ରିକା ଦୀର୍ଘ ୨୫ ବର୍ଷ ପରେ ଭାରତ ମାଟିରେ ଟେଷ୍ଟ ସିରିଜ୍ ଜିତିବାରେ ସଫଳ ହୋଇଛି । ଭ୍ରମଣକାରୀ ଦଳ ଦ୍ୱାରା ଧାର୍ଯ୍ୟ ୫୪୯ ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୧୪୦ ରନରେ ଅଲଆଉଟ୍ ହୋଇଛି ।

ଏହି ଟେଷ୍ଟରେ ଭାରତର ବ୍ୟାଟସମ୍ୟାନମାନେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ, ପ୍ରଥମ ଇନିଂସରେ କେବଳ ଯଶସ୍ବୀ ଜୟସ୍ବାଲ ଏବଂ ଦ୍ୱିତୀୟ ଇନିଂସରେ ରବିନ୍ଦ୍ର ଜାଡେଜା ଅର୍ଦ୍ଧଶତକ ହାସଲ କରିଥିଲେ। ପ୍ରଥମ ଇନିଂସରେ ମଧ୍ୟ ଟିମ ଇଣ୍ଡିଆ ୨୦୧ ରନରେ ଅଲଆଉଟ ହୋଇଥିଲା। ଦକ୍ଷିଣ ଆଫ୍ରିକା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୨-୦ରେ ଜିତିଛି।

ସୂଚନାଯୋଗ୍ୟ, ଟସ୍ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରିଥିଲା । ପ୍ରଥମ ଇନିଂସରେ ଦଳ ୪୮୯ ରନ କରିଥିଲା । ଜବାବରେ ଭାରତ ୨୦୧ ରନ କରି ପାରିଥିଲା । ଫଳରେ ଦକ୍ଷିଣ ଆଫ୍ରିକା ୨୮୮ ରନର ବିଶାଳ ଅଗ୍ରଣୀ ହାସଲ କରିଥିଲା । ଏହା ପରେ ଭ୍ରମଣକାରୀ ଦଳ ୨୬୦/୫ରେ ଇନିଂସ ସମାପ୍ତି ଘୋଷଣା କରିଥିଲା । ଆଉ ଭାରତ ସାମ୍ନାରେ ଥିଲା ଅସମ୍ଭବ ୫୪୯ ରନର ବିଜୟ ଲକ୍ଷ୍ୟ ।

Leave a Reply

Your email address will not be published. Required fields are marked *