ପ୍ରଥମ ଥର ପାଇଁ ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି ଦକ୍ଷିଣ ଆଫ୍ରିକା। ଗୁରୁବାର ଆଫଗାନିସ୍ତାନ ବିପକ୍ଷରେ ଦଳ ପ୍ରଥମ ସେମିଫାଇନାଲରେ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଛି। ଆଫଗାନିସ୍ତାନର ୫୭ ରନର ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ମାତ୍ର ୮.୫ ଓଭରରେ ହାସଲ କରିବାରେ ସଫଳ ହୋଇଛି ।

ସେମିଫାଇନାଲରେ ପ୍ରଥମେ ଆଫଗାନିସ୍ତାନ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଆଫଗାନିସ୍ତାନର ୱିକେଟ୍ ପ୍ରଥମରୁ ଓଭରରୁ ଖସିଯିବାକୁ ଲାଗିଲା। ଦଳ ୨୦ ଓଭର ଖେଳିପାରି ନ ଥିଲା। ମାତ୍ର ୧୧.୫ ଓଭରରେ ୫୬ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୮.୫ ଓଭରରେ ୧ ଉଇକେଟ ହରାଇ ୬୦ ରନ୍‌ କରିବାରେ ସଫଳ ହୋଇଥିଲା। ଫଳରେ ମ୍ୟାଚ୍‌କୁ ଦଳ ୬୭ ବଲ୍‌ ଥାଇ ୯ ଉଇକେଟରେ ଜିତି ନେଇଛି। ଟି୨୦ ଅନ୍ତର୍ଜାତୀୟ ମୁକାବିଲାରେ ଏହା ଦଳର ସବୁଠାରୁ ବଡ଼ ବିଜୟ ବୋଲି କୁହାଯାଉଛି। ଟି ୨୦ ବିଶ୍ୱକପ ଇତିହାସରେ ଏହା ପୂର୍ବରୁ କେବେ ଦେଖାଯାଇ ନଥିଲା। ଟି-୧୦ ବିଶ୍ୱକପ ସେମିଫାଇନାଲ ମ୍ୟାଚର ପାୱାରପ୍ଲେରେ ୫ ୱିକେଟ ହରାଇ ଆଫଗାନିସ୍ତାନ ପ୍ରଥମ ଦଳ ଭାବେ ରେକର୍ଡ କରିଛି।

ପ୍ରକାଶ ଯେ, ଆଫଗାନିସ୍ତାନ ଓ ଦକ୍ଷିଣ ଆଫ୍ରିକା ଦଳ କେବେ ହେଲେ ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରି ନ ଥିବା ବେଳେ ଏକ ଆକର୍ଷଣୀୟ ମ୍ୟାଚ୍‌ ଦେଖିବାକୁ ମିଳିଛି।

ତେବେ ଦ୍ୱିତୀୟ ସେମି ଫାଇନାଲ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ବେଳେ ଏହି ମ୍ୟାଚର ବିଜୟୀ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ।

Leave a Reply

Your email address will not be published. Required fields are marked *