Soumyashree's-father-appeals-not to politicise daughter’s demise
ବାଲେଶ୍ୱର ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ କୁ ନେଇ ରାଜନୀତି ନ କରିବାକୁ ଅପିଲ୍ କରିଛନ୍ତି ସୌମ୍ୟାଶ୍ରୀଙ୍କ ବାପା । ଝିଅ ଚାଲିଯାଇଛି, ତେଣୁ ତାକୁ ନେଇ ଆଉ ରାଜନୀତି କରନ୍ତୁ ନାହିଁ ବୋଲି ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।
 
ସୌମ୍ୟାଶ୍ରୀଙ୍କ ବାପା ଗଣମାଧ୍ୟମକୁ ପୁଣି କହିଛନ୍ତି ଯେ, ରାଜ୍ୟ ସରକାର ଘଟଣାକୁ ନେଇ ସମ୍ବେଦନଶୀଳ ଅଛନ୍ତି । ତାଙ୍କର କିଛି ଦାବି ପୂରଣ କରିଛନ୍ତି, ଆଉ କିଛି ଦାବି ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । 
 
ଗତକାଲି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ୧୦ ମିନିଟ୍‌ ତାଙ୍କ ସହ ଆଲୋଚନା କରିଥିଲେ । ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ସେ ଲଢ଼େଇ ଜାରି ରଖିବେ ବୋଲି କହିଛନ୍ତି । 
 
ସେଇଭଳି FM କଲେଜ୍‌ କମିଟିକୁ ଦାୟୀ କରିଛନ୍ତି ସୌମ୍ୟାଶ୍ରୀଙ୍କ ମା । କମିଟି ଠିକ୍‌ ରିପୋର୍ଟ ଦେଲାନି, ସମସ୍ତେ ମିଶିକି ତାଙ୍କ ଝିଅକୁ ମାରିଦେଲେ ବୋଲି ସେ କହିଛନ୍ତି ।
 
ପ୍ରିନ୍ସିପାଲ କିମ୍ବା HOD ରୁମ୍‌ ଭିତରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲେ । ଯେଉଁମାନେ କମିଟିରେ ଥିଲେ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ ରାଜ୍ୟ ସରକାରକୁ ଅନୁରୋଧ କରିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *