ରୁବେନ ବାନାର୍ଜୀଙ୍କ ପୁସ୍ତକ ‘ନବୀନ ପଟ୍ଟନାୟକ’ ଉନ୍ମୋଚନ ଉତ୍ସବରେ ପୁଣି ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି ପୂର୍ବତନ ବିଧାୟକ ତଥା ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ । 5T ଅଧୀନରେ ସମସ୍ତ ସ୍କୁଲ ଏବେ ସୁନ୍ଦର ଶୌଚାଳୟ ପାଲଟିଯାଇଛି । ଏହି ପାପକୁ ଧୋଇବା ପାଇଁ ବିଜେଡିକୁ ଆଉ ୫ରୁ ୧୦ ବର୍ଷ ଲାଗିବ ବୋଲି ସୌମ୍ୟ କହିଛନ୍ତି । ନବୀନଙ୍କ ପ୍ରେମରେ ଓଡ଼ିଶାବାସୀ ଏକତରଫା ପ୍ରେମ କରିଥିଲେ । ୨୦୦୦ରୁ ୨୦୨୪ ପର୍ଯ୍ୟନ୍ତ ଓଡ଼ିଶାରେ ଅନ୍ଧ ଭକ୍ତର ପ୍ରେମ କାହାଣୀ ଚାଲିଥିଲା ବୋଲି ସେ କହିଛନ୍ତି । ପାଣ୍ଡିଆନ କୁ ଟାର୍ଗେଟ କରି ସେ ପୁଣି କହିଛନ୍ତି ଯେ, ନବୀନ ବାବୁ ୨ଟି ପର୍ଯ୍ୟାୟରେ କ୍ଷମତା ହସ୍ତାନ୍ତର କରିଥିଲେ । ପ୍ରଥମ ପର୍ଯ୍ୟାୟରେ ପ୍ୟାରୀଙ୍କୁ, ଦ୍ଵିତୀୟ ପର୍ଯ୍ୟାୟରେ ଶହେ ଭାଗ ପାଣ୍ଡିଆନଙ୍କୁ କ୍ଷମତା ଦେଲେ । ଏହା ଆମ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବଡ଼ ଅପବାଦ ଥିଲା ଫଳରେ ଏଥର ନିର୍ବାଚନରେ ପ୍ରତିକୂଳ ଜନାଦେଶର ସାମ୍ନା କରିବାକୁ ବାଧ୍ୟ ହେଲେ । ଏଥିରେ ପାଣ୍ଡିଆନଙ୍କ ଦୋଷ ନାହିଁ, ଯିଏ କ୍ଷମତା ଦେଲେ ସେ ଦାୟୀ ।ଯେଉଁମାନେ ତାଙ୍କୁ ଗ୍ରହଣ କରି କ୍ରୀତଦାସ ସାଜିଥିଲେ ସେମାନେ ଏବେ ଲୁଚୁଛନ୍ତି ବୋଲି ସେ କହିଛନ୍ତି । Post navigation ଧାରଣାରତ ରାଜସ୍ଵ କର୍ମଚାରୀଙ୍କୁ ସରକାରଙ୍କ ନାଲିଆଖି ଓଡିଶାରେ ସମବାୟ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ବିଭିନ୍ନ ପ୍ରସ୍ତାବ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ