ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ପୀଡ଼ିତାଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ପୀଡ଼ିତାଙ୍କୁ ଭେଟି ସରିବା ପରେ ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ଭରତପୁର ଥାନାର ତତ୍କାଳୀନ ଆଇଆଇସିଙ୍କୁ କାହିଁକି ଗିରଫ କରିବାକୁ ଦାବି କରିଛନ୍ତି ସୋଫିଆ ।

କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ସଂପୃକ୍ତ ଆଇଆଇସିଙ୍କ ନାଁରେ ଏହା ପ୍ରଥମ ଅଭିଯୋଗ ନୁହେଁ ଏହା ପୂର୍ବରୁ ମଧ୍ୟ ଅଭିଯୋଗ ଅଛି ।ବାଲିଯାତ୍ରାରେ ବଟି ଆଦାୟ କରିବାର ଅଭିଯୋଗ ଅଛି । ଆଇଆଇସିଙ୍କୁ ନିଲମ୍ବନ ନୁହେଁ, ଗିରଫ କରିବା ଆବଶ୍ୟକ ।

ସେ ଆଉ ମଧ୍ୟ କହିଛନ୍ତି ଗୋଟେ ଝିଅ ରାତି ୧.୩୦ରେ ଥାନାକୁ କାହିଁକି ଯିବ ? ସେତିକି ଭୟ ଲାଗିଥିବ ବୋଲି ସେ ଥାନାକୁ ଯାଇଥିବ ନା । କିନ୍ତୁ ଥାନା ଅଧିକାରୀମାନେ ତାଙ୍କୁ ଦୁର୍ବ୍ୟବାହର କଲେ । ଭରତପୁର ଥାନାରେ କାହିଁକି ସିସିଟିଭି ନାହିଁ । ଏହା ଏକ ନିନ୍ଦନୀୟ ।

Leave a Reply

Your email address will not be published. Required fields are marked *