Snehangini Chhuria appointed BMJD President
ବିଜେଡି ସଭାପତି ନବୀନ ପଟ୍ଟନାୟକ ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ନିଯୁକ୍ତ କରିଛନ୍ତି ।
 
ଏହା ପୂର୍ବରୁ ମଧ୍ୟ ବିଜୁ ମହିଳା ଜନତା ଦଳର ସଭାପତି ରହିସାରିଥିବା ଛୁରିଆଙ୍କ ଉପରେ ପୁଣିଥରେ ନବୀନ ଆଶା ଓ ଭରସା କରି ସଭାନେତ୍ରୀ ଦାୟିତ୍ୱ ଦେଇଛନ୍ତି ।
 
ତତସହିତ ବିଜୁ ଜନତା ଦଳର ମହିଳା ବ୍ୟାପାର କମିଟି ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି । ୧୫ ଜଣଙ୍କୁ ମହିଳା ବ୍ୟାପାର ଦାୟିତ୍ୱ ଦେଇଛନ୍ତି ନବୀନ ପଟ୍ଟନାୟକ ।
 
୩ ଜିଲ୍ଲା – ଢେଙ୍କାନାଳ, କୋରାପୁଟ ଓ ରାୟଗଡ଼ା ଜିଲ୍ଲା ପାଇଁ ସଭାପତି ଘୋଷଣା କରିଛି ବିଜୁ ଜନତା ଦଳ । ନୃସିଂହ ଚରଣ ସାହୁଙ୍କୁ ଢେଙ୍କାନାଳ ଜିଲ୍ଲା ବିଜେଡି ସଭାପତି ଦାୟିତ୍ୱ ମିଳିଥିବାବେଳେ ଝିନ ହିକ୍‌କା କୋରାପୁଟ ଜିଲ୍ଲା ବିଜେଡି ସଭାପତି ଏବଂ ଜଗନ୍ନାଥ ସାରକା ଙ୍କୁ ରାୟଗଡା ବିଜେଡି ଜିଲ୍ଲା ସଭାପତି ଦାୟିତ୍ୱ ମିଳିଛି ।
 
ମହିଳା ବ୍ୟାପାର କମିଟି ସଦସ୍ୟ:
 
➡️ସୁମିତ୍ରା ଜେନା – ବରିଷ୍ଠ ସାଧାରଣ ସମ୍ପାଦକ, ମହିଳା ବ୍ୟାପାର
➡️ରାଜଶ୍ରୀ ମଲ୍ଲିକ – ବରିଷ୍ଠ ସାଧାରଣ ସମ୍ପାଦକ
➡️ଲେଖାଶ୍ରୀ ସାମନ୍ତସିଂହାର – ବରିଷ୍ଠ ସାଧାରଣ ସମ୍ପାଦକ
➡️ସୁଲୋଚନା ଦାସ – ସାଧାରଣ ସମ୍ପାଦକ,
➡️ସୁଲତା ଦେଓ – ସାଧାରଣ ସମ୍ପାଦକ
➡️ବର୍ଷା ସିଂହ ବରିହା – ସାଧାରଣ ସମ୍ପାଦକ
➡️ଶର୍ମିଷ୍ଠା ସେଠୀ – ସାଧାରଣ ସମ୍ପାଦକ
➡️ଶ୍ରୀମୟୀ ମିଶ୍ର – ସାଧାରଣ ସମ୍ପାଦକ
➡️ଲୋପାମୁଦ୍ରା ବକ୍ସିପାତ୍ର – ସାଧାରଣ ସମ୍ପାଦକ
➡️ମିନତି ବେହେରା – ସାଧାରଣ ସମ୍ପାଦକ
➡️କସ୍ତୁରୀ ମହାପାତ୍ର – ସାଧାରଣ ସମ୍ପାଦକ
➡️ପଦ୍ମିନୀ ଦିଆନ – ସାଧାରଣ ସମ୍ପାଦକ
➡️ଦିପାଳୀ ଦାସ – ସାଧାରଣ ସମ୍ପାଦକ
➡️ରଞ୍ଜିତା ସାହୁ – ସାଧାରଣ ସମ୍ପାଦକ
➡️ଗିତାଞ୍ଜଳୀ ବସ୍ତିଆ – ସାଧାରଣ ସମ୍ପାଦକ

By Nirvay

Leave a Reply

Your email address will not be published. Required fields are marked *