ଶ୍ରୀମନ୍ଦିରର ୩ ସେବାୟତଙ୍କୁ ନିଲମ୍ବନ କଲେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ନାଟ୍ୟମଣ୍ଡପରେ ବେନିୟମ ଭାବେ ଅର୍ଥ ଆଦାୟ ଅଭିଯୋଗରେ ୨ ସେବାୟତ ସୁଆର ବଡୁସେବକ ନାରାୟଣ ପଣ୍ଡା ଓ ଖୁଣ୍ଟିଆ ସେବକ ରାଜାରାମ ଖୁଣ୍ଟିଆଙ୍କୁ ନିଲମ୍ବିତ କରାଯାଇଛି । ସେହିପରି ଶ୍ରୀମନ୍ଦିର ପରିସରରେ ଡାଲ୍ଡା ଘିଅ ବ୍ୟବହାର କରିବାରୁ ବେନା ମହାସୁଆରଙ୍କୁ ୨ ମାସ ପାଇଁ ସେବା କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଏହି ନିଲମ୍ବନ ସମୟରେ ସେମାନେ କୌଣସି ପ୍ରକାର ବିଶୃଙ୍ଖଳା କରିବାକୁ ଅପଚେଷ୍ଟା ନ କରିବାକୁ ଏହି ତିନି ଜଣ ସେବକଙ୍କୁ ସ୍ପଷ୍ଟ ଭାବରେ ଚେତେଇ ଦିଆଯାଇଛି । ପୂର୍ବରୁ, ଶ୍ରୀମନ୍ଦିର ଭିତରୁ ଡାଲଡା ଘିଅ ଜବତ ହୋଇଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ । ଶ୍ରୀମନ୍ଦିର ଭିତରେ କେବଳ ଓମଫେଡ ଘିଅ ବ୍ୟବହାର ପାଇଁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି । Post navigation Nuapada Bypoll: ଆସନ୍ତାକାଲି ନୂଆପଡ଼ା ଓ ଖରିଆର ରୋଡ଼ରେ ରୋଡ ଶୋ କରିବେ ମୋହନ ମାଝୀ Odisha 10th Board Exam 2026: କାଲିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ