sir-to-begin-in-odisha-from-april-1
ରାଜ୍ୟରେ ଏପ୍ରିଲ୍‌ ୧ ତାରିଖରୁ ଆରମ୍ଭ ହେବ ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ (ଏସ୍ଆଇଆର) ପ୍ରକ୍ରିୟା । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌. ସନ୍ଥଗୋପାଳନଙ୍କ ଏହି ସୂଚନା ଦେଇଛନ୍ତି । ଏହି ପ୍ରକ୍ରିୟାରେ, ୨୦୦୨ SIR ତାଲିକାର ବିବରଣୀ ଯାଞ୍ଚ କରି ଜଣାଇବାକୁ ନିବେଦନ କରାଯାଇଛି ।
 
ଏହା ଭୋଟର ତାଲିକାରେ ନାମ ଯୋଡ଼ିବା, ଅଯୋଗ୍ୟ ଭୋଟରଙ୍କ ନାମ ବାଦ ଦେବା ଏବଂ ତଥ୍ୟ ସଂଶୋଧନ ପାଇଁ କରାଯିବ। ଏଥିପାଇଁ ନିର୍ବାଚନ କମିଶନ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ କରିଛନ୍ତି ।
 
ଏସ୍ଆଇଆର ପ୍ରକ୍ରିୟାରେ ଘରକୁ ଘର ଯାଞ୍ଚ କରିବା, ଫର୍ମ ପୂରଣ କରିବା ଏବଂ ଅଭିଯୋଗ ଶୁଣାଣି କରିବା ସମେତ ଅନେକ ସ୍ତରରେ ନଜର ରଖାଯିବ । ଆଗାମୀ ନିର୍ବାଚନ ପାଇଁ ଭୋଟର ତାଲିକାକୁ ସଠିକ ଏବଂ ତ୍ରୁଟିମୁକ୍ତ କରିବା ହେଉଛି ଏହାର ମୂଳ ଉଦ୍ଦେଶ୍ୟ ।

By Nirvay

Leave a Reply

Your email address will not be published. Required fields are marked *