ରାତି ପାହିଲେ ନୂଆ ଆଶା, ଆକାଂକ୍ଷା ଓ ସମ୍ଭାବନାକୁ ନେଇ ଆସିବ ବର୍ଷ ୨୦୨୫ । ପୁରୁଣା ବର୍ଷକୁ ବିଦାୟ ଏବଂ ନୂଆବର୍ଷକୁ ସ୍ୱାଗତ ଜଣାଇବା ଲାଗି ପୁରୀ ସହର ସମ୍ପୂର୍ଣ୍ଣ ପ୍ରସ୍ତୁତ । ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ନବ ବର୍ଷର ନୂତନ କାର୍ଯ୍ୟ ଆରମ୍ଭ ପାଇଁ ଅନେକ ଲୋକ ଲକ୍ଷ ରଖିଛନ୍ତି । ସେଥିପାଇଁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗି ରହିଛି । ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡରେ ବ୍ୟାରିକେଡ଼ ବ୍ୟବସ୍ଥା ସହ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି। ଏହା ସହ ଆଜି ଶ୍ରୀମନ୍ଦିରରେ ରାତିରେ ସହଳ ହେବ ପହୁଡ଼ ନୀତି । ରାତି ୧ଟାରୁ ଖୋଲିବ ସିଂହଦ୍ବାର, ଆରମ୍ଭ ହେବ ନୂଆବର୍ଷର ଦର୍ଶନ ।

ଅନ୍ୟପଟେ ଡିସେମ୍ବର ୩୧ ଓ ଜାନୁଆରୀ ୧ ରେ କେବଳ ସିଂହଦ୍ଵାର ପଟେ ଭକ୍ତମାନେ ପ୍ରବେଶ କରିବା ସହ ଅନ୍ୟ ତିନି ଦ୍ବାରରେ ପ୍ରସ୍ଥାନ ପାଇଁ ବ୍ୟବସ୍ଥା କରାଯାଇଛି ।ଭକ୍ତ କିଭଳି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ ପୁରୀ ପୋଲିସ ପକ୍ଷରୁ ସେନେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

 

 

Leave a Reply

Your email address will not be published. Required fields are marked *