ଓଡ଼ିଶାର ପୁରୀ ଜିଲ୍ଲାର ହେରିଟେଜ ଭିଲେଜ ବା ଐତିହ୍ୟ ଗ୍ରାମ ରଘୁରାଜପୁର ପରିଦର୍ଶନ କରିଛନ୍ତି ସିଙ୍ଗାପୁର ଜନରାଜ୍ୟର ମହାମହିମ ରାଷ୍ଟ୍ରପତି ଥରମନ୍‌ ଶନ୍ମୁଗରତ୍ନମ୍ ଏବଂ ତାଙ୍କ ଧର୍ମପତ୍ନୀ । ଐତିହ୍ୟ ଗ୍ରାମ ରଘୁରାଜପୁର ଗସ୍ତରେ ଯାଇ ଓଡ଼ିଶା ପ୍ରସିଦ୍ଧ ପଟ୍ଟଚିତ୍ର ଏବଂ ବିଭିନ୍ନ ଲୋକକଳା ଆଦିକୁ ବୁଲି ଦେଖିଛନ୍ତି। ଲୋକନୃତ୍ୟ ଗୋଟିପୁଅ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ମହାମହିମ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରାଯାଇଥିଲା। ପଟ୍ଟଚିତ୍ର ଗ୍ରାମରେ ପଟ୍ଟଚିତ୍ର ଡେମୋ ଦେଖିବା ସହିତ ଲୋକଙ୍କ ସହିତ ଆଲୋଚନା କରିଥିଲେ ରାଷ୍ଟ୍ରପତି ଥରମନ୍‌ ଶନ୍ମୁଗରତ୍ନମ୍ ।

ଏହି ଅବସରରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ର ବିଦେଶ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଏବଂ ପୁରୀ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ସୂଚନାଯୋଗ୍ୟ ସିଙ୍ଗାପୁର ରାଷ୍ଟ୍ରପତି ଦୁଇ ଦିନିଆ ଗସ୍ତରେ ଓଡିଶା ଆସିଛନ୍ତି। ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନମୁଗରତ୍ନମଙ୍କ ସହିତ ରାଜ୍ୟ ସରକାରଙ୍କ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଇଣ୍ଡଷ୍ଟ୍ରିଆଲ୍ ପାର୍କ, ପାରାଦ୍ୱୀପ ଗ୍ରୀନ ହାଇଡ୍ରୋଜେନ୍ କରିଡର୍, ପେଟ୍ରୋ କେମିକାଲ, ନ୍ୟୁ ସିଟି ପ୍ଲାନ୍, ନ୍ୟୁ ଏନର୍ଜି, ଫ୍ଲିଣ୍ଟେକ୍, ସ୍କିଲିଂ ଅଫ୍ ଫ୍ୟୁଚର୍ ଓ ସେମି କଣ୍ଡକ୍ଟର୍ ପ୍ରକଳ୍ପରେ ବୁଝାମଣା ପତ୍ର ଆଦି ସ୍ୱାକ୍ଷରିତ ହୋଇଛି।

Leave a Reply

Your email address will not be published. Required fields are marked *