ପୁଲିସ୍‌ ସବ୍ ଇନ୍ସପେକ୍ଟର ପରୀକ୍ଷା ଘୋଟାଲା ମାମଲାରେ ଗିରଫ ୧୧୪ ଏସ୍ଆଇ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ। ବ୍ରହ୍ମପୁର ଭିଜିଲାନ୍ସ କୋର୍ଟ ୫୦ ହଜାର ଟଙ୍କା ଓ ୨ ଜାମିନଦାରଙ୍କ ବଦଳରେ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି । କିନ୍ତୁ ମାଷ୍ଟରମାଇଣ୍ଡ ମୁନା ମହାନ୍ତିଙ୍କ ସହ ଅନ୍ୟ ୯ଜଣଙ୍କୁ ଜାମିନ ଆବେଦନ ଖାରଜ ହୋଇଥିବା ଜଣାପଡିଛି ।

ସର୍ତ୍ତ ମୁତାବକ କୌଣସି ଅଭିଯୁକ୍ତ ପୋଲିସର ବିନା ଅନୁମତିରେ ନିଜ ଅଞ୍ଚଳ ଛାଡ଼ି ରାଜ୍ୟ ବାହାରକୁ ଯାଇ ପାରିବେ ନାହିଁ । ସମସ୍ତ ୧୧୪ ଜଣ ମୁକ୍ତ ପରୀକ୍ଷାର୍ଥୀ ସେମାନଙ୍କର ସ୍ଥାନୀୟ ପୋଲିସ ଷ୍ଟେସନରେ ରିପୋର୍ଟ କରିବେ, ଚାଲିଥିବା କ୍ରାଇମବ୍ରାଞ୍ଚ ତଦନ୍ତରେ ସହାୟତା କରିବେ ଏବଂ କୌଣସି ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିବେ ନାହିଁ। ସୂତ୍ର ଅନୁସାରେ ସେମାନଙ୍କୁ ପୂର୍ବ ଅନୁମତି ବିନା ଦେଶ ଛାଡିବାକୁ ମଧ୍ୟ ବାରଣ କରାଯାଇଛି।

ପୋଲିସ ଏସ୍ଆଇ ପରୀକ୍ଷା ପାଇଁ ପରୀକ୍ଷା ପୂର୍ବରୁ ୧୧୪ ପରୀକ୍ଷାର୍ଥୀଙ୍କୁ ସ୍ୱତନ୍ତ୍ର ବସରେ ହାଇଦ୍ରାବାଦ ଯାଉଥିଲେ ପରୀକ୍ଷାର୍ଥୀ । ଓଡ଼ିଶାରୁ ବିଜୟୱାଡା ଯିବା ବେଳେ ଗିରଫ କରିଥିଲା ପୋଲିସ । ଏହାପରେ ୧୧୪ ପରୀକ୍ଷାର୍ଥୀଙ୍କ ପାଇ ୪୦ରୁ ଅଧିକ ଓକିଲ ଜାମିନ ଆବେଦନ କରିଥିଲେ ।

Leave a Reply

Your email address will not be published. Required fields are marked *