Shubman Gill Creates History
ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଭାରତର ଅଧିନାୟକ ଶୁବମନ ଗିଲ୍‌ ପ୍ରଥମ ଇନିଂସରେ ଦ୍ୱିଶତକ ପରେ ଦ୍ୱିତୀୟ ଇନିଂସରେ ଆଜି ପୁଣି ଶତକ କରିଛନ୍ତି । ୧୨୯ ବଲ୍‌ରେ ଗିଲ୍‌ ୧୦୦ ରନ ପୂରଣ କରିଛନ୍ତି ।
 
ବିଶ୍ୱର ନବମ ଖେଳାଳି ଭାବେ ଗୋଟିଏ ଟେଷ୍ଟରେ ଦ୍ୱିଶତକ ପରେ ପୁଣି ଶତକ କରିଛନ୍ତି ଗିଲ । ଭାରତର ତୃତୀୟ ଅଧିନାୟକ ଭାବେ ଗାଭାସ୍କର ଓ କୋହଲିଙ୍କ ପରେ ଏହି ରେକର୍ଡ କରିଛନ୍ତି ଗିଲ୍ ।
 
ଏହି ଇନିଂସରେ ସେ ଭାରତୀୟ ବ୍ୟାଟର ଭାବେ ଇଂଲଣ୍ଡ ମାଟିରେ ସର୍ବାଧିକ ରନ କରିବାର ରେକର୍ଡ ନିଜ ନାମରେ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ଭାରତର କିମ୍ବଦନ୍ତୀ ବ୍ୟାଟର ସୁନୀଲ ଗାଭାସ୍କରଙ୍କ ନାମରେ ଥିଲା ।
 
ୱେଷ୍ଟଇଣ୍ଡିଜ ବିପକ୍ଷରେ ୧୯୭୧ ରେ ସୁନୀଲ ଗାଭାସ୍କର ପୋର୍ଟ ଅଫ୍‌ ସ୍ପେନ୍‌ରେ ଗୋଟିଏ ଟେଷ୍ଟରେ ୩୪୪ ରନ୍‌ କରିଥିଲେ । ଚଳିତ ବର୍ମିଂହାମ୍‌ ଟେଷ୍ଟରେ ଗିଲ୍‌ ୩୫୦ରୁ ଉର୍ଦ୍ଧ ରନ କରି ସାରିଲେଣି ।

By Nirvay

Leave a Reply

Your email address will not be published. Required fields are marked *