ପୁଣି ଶ୍ରୀମୟୀଙ୍କ ତେରଚ୍ଛା ବାଣ । ପରୋକ୍ଷରେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଶ୍ରୀମୟୀ ମିଶ୍ର। କହ୍ନେଇ, ସନ୍ନ୍ୟାସୀ କହି ତାଚ୍ଛଲ୍ୟ କରିଛନ୍ତି। ଶ୍ରୀମୟୀ ନିଜ ପୋଷ୍ଟରେ କହିଛନ୍ତି, ‘କର୍ମୀ ବସିଛନ୍ତି ଅନାଇ, ଦିଲ୍ଲୀରେ ଡିଲ୍ କରିଦେଲେ କହ୍ନେଇ। ଜୟ ଢୋଲକିଆଙ୍କ ବିଜେପି ମିଶିବା ଚର୍ଚ୍ଚା ଭିତରେ ଶ୍ରୀମୟୀଙ୍କର ଏହି ଭଳି ତାତ୍ସଲ୍ୟ ଭରା ପୋଷ୍ଟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଶ୍ରୀମୟୀ ନିଜ ପୋଷ୍ଟରେ କହିଛନ୍ତି, ‘କର୍ମୀ ବସିଛନ୍ତି ଅନାଇ, ଦିଲ୍ଲୀରେ ଡିଲ୍ କରିଦେଲେ କହ୍ନେଇ। ଦଳ ପାଇଁ ସନ୍ନ୍ୟାସୀ ଶୁଭଙ୍କର ନୁହେଁ, ଭାରି ଭୟଙ୍କର’। ତେବେ ଜୟ ଢୋଲକିଆ ବିଜେପିରେ ସାମିଲ ହେବା ଚର୍ଚ୍ଚା ମଧ୍ୟରେ ଏବେ ଶ୍ରୀମୟୀଙ୍କ ଏହି ପୋଷ୍ଟ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ସେପଟେ ନୂଆପଡ଼ା ଉପନିର୍ବାଚନକୁ ନେଇ ରାଜନୀତି ଜୋର୍ ଧରିବାରେ ଲାଗିଛି। ଏହାରି ଭିଏଟରେ ଏବେ ଖବର ଆସିଛି କି ଆଜି ବିଜେପିରେ ମିଶିପାରନ୍ତି ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଜୟ ଢୋଲକିଆ ପଦ୍ମ ଧରିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି Post navigation ଚୀନ ଉପରେ ଆମେରିକାର ୧୦୦% ଅତିରିକ୍ତ ଟାରିଫ ଘୋଷଣା ଶ୍ରୀମନ୍ଦିରକୁ ରେଡ୍ ଜୋନ୍ ଘୋଷଣା