ସୋସିଆଲ୍‌ ମିଡିଆରେ ‘ଧୃତରାଷ୍ଟ୍ର’ଙ୍କ ଉଦାହରଣ ଦେଇ ଚର୍ଚ୍ଚାରେ ଶ୍ରୀମୟୀ ମିଶ୍ର। କାହା ନାଁ ନ ନେଇ ପରୋକ୍ଷରେ କଡ଼ା ଆକ୍ଷେପ କଲେ ଶ୍ରୀମୟୀ ମିଶ୍ର। ଶ୍ରୀମୟୀ କାହାକୁ ରାଜନୀତିରେ ‘ଧୃତରାଷ୍ଟ୍ର’ ଆଖ୍ୟା ଦେଇଛନ୍ତି ତାକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

ଫେସବୁକରେ ହୋଇଥିବା ଏକ ପୋଷ୍ଟରେ ସେ ଅନ୍ଧ ଧୃତରାଷ୍ଟ୍ରର ଉଦାହରଣ ଦେଇ କଡ଼ା ଆକ୍ଷେପ କରିଛନ୍ତି । ଶ୍ରୀମୟୀ ଲେଖିଛନ୍ତି, ଦ୍ରୌପଦୀଙ୍କୁ ଅପମାନ ହେଉଥିବା ସଭାରେ ରାଜା ଧୃତରାଷ୍ଟ୍ର ଅଧ୍ୟକ୍ଷତା କରିଥିଲେ। ଅନ୍ୟାୟ ବିଷୟରେ ଜାଣି ମଧ୍ୟ ସେ ଏହି ଅପମାନ ରୋକିବାକୁ ଚେଷ୍ଟା କରି ନ ଥିଲେ। ଧୃତରାଷ୍ଟ୍ରଙ୍କର ବିଶେଷତଃ ଦୁର୍ଯ୍ୟୋଧନ ପ୍ରତି ଅନ୍ଧ ପ୍ରୀତି ନୀରବ ରଖିଥିଲା। କିଛି ଲୋକ ଧୃତରାଷ୍ଟ୍ର ପରି ଅନ୍ଧ, ଅନ୍ୟାୟ ରୋକିବାକୁ ପ୍ରୟାସ କରନ୍ତି ନାହିଁ। ଇତିହାସ ଏପରି ଅଯୋଗ୍ୟ ରାଜାଙ୍କୁ କେବେ କ୍ଷମା ଦେବ ନାହିଁ ।

ଏହା ପୂର୍ବରୁ ଗତକାଲି ମଧ୍ୟ ଏକ ଭିଡ଼ିଓରେ ଶ୍ରୀମୟୀ କହିଥିଲେ, ମହିଳାଙ୍କୁ ଅପମାନିତ କରିବା ବ୍ୟକ୍ତି ମହିଳା ସଶକ୍ତୀକରଣ ସ୍ଲୋଗାନ ଦେଲେ ଜନେ ହସନ୍ତି। ଅନ୍ୟାୟର ଶିଡ଼ି ଚଢ଼ୁଥିବା ବ୍ୟକ୍ତି ନ୍ୟାୟମୂର୍ତ୍ତି ପାଇଁ ଚେଷ୍ଟା କରନ୍ତି ଯେଉଁଥିପାଇଁ ଜନେ ହସନ୍ତି। ଶ୍ରୀମୟୀଙ୍କ ‘ଧୃତରାଷ୍ଟ୍ର’ ନିଶାନା ନବୀନଙ୍କ ଉଦ୍ଦେଶ୍ୟରେ ନା ଆଉ କିଏ ଅସ୍ପଷ୍ଟ ରହିଛି

Leave a Reply

Your email address will not be published. Required fields are marked *