ଜମି ନେଇ ଶିଳ୍ପ କରୁନଥିବାରୁ ରାଜ୍ୟ ସରକାରଙ୍କ ବଡ଼ ଆକ୍ସନ । ୨୫ଟି ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ ଜାରି କଲେ ରାଜ୍ୟ ସରକାର । ଏ ନେଇ ଆଜି ଗୃହରେ ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ । ସେ କହିଛନ୍ତି ୭ଟି ଶିଳ୍ପାନୁଷ୍ଠାନ ଜମି ଆବଣ୍ଟନ ରଦ୍ଦ ହୋଇଥିବା ବେଳେ ୫ଟି ମାମଲା କୋର୍ଟରେ ବିଚାରଧୀନ ରହିଛି। ସେହିପରି ବନ୍ଦ ଥିବା ୯୧୪ ସଂସ୍ଥାରୁ ଇଡ୍କୋ ନିୟମ ଅନୁଯାୟୀ ୬୬୫ଟି ସଂସ୍ଥାକୁ ସୋ’ କଜ୍ ଜାରି କରାଯାଇଛି । ସେଥିମଧ୍ୟରୁ ୨୬୭ଟି ଶିଳ୍ପ ସଂସ୍ଥାର ଜମି ଆବଣ୍ଟନ ରଦ୍ଦ କରାଯାଇଛି । ଏହା ସହ ଆବଣ୍ଟନ ରଦ୍ଦ ମଧ୍ୟରୁ ୮୧ଟି ଶିଳ୍ପ ସଂସ୍ଥା ବିରୋଧରେ EUO ମାମଲା ହୋଇଛି। ଆଜି ଗୃହରେ ଚକ୍ରମଣି କହଁର ଜମି ଫେରସ୍ତ ପାଇଁ ପଦକ୍ଷେପ ନେଇ ପଚାରିଥିବା ପ୍ରଶ୍ନ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ଜମି ଯୋଗାଇ ଦେଉଛନ୍ତି କିନ୍ତୁ କମ୍ପାନି ଦେବାଳିଆ ହେଲେ କିମ୍ବା ଅନ୍ୟ କାରଣରୁ ବନ୍ଦ ହେଲେ, ବିକ୍ରି ହୋଇଗଲା ଉକ୍ତ ଜମିକୁ ଆଉ ସରକାରଙ୍କୁ ଫେରାଉନାହାନ୍ତି ଅନ୍ୟ କମ୍ପାନି ପାଖକୁ ଚାଲିଯାଉଥିବାରୁ ଏମିତି କେତେ ଶିଳ୍ପ କାରଖାନା କରିବା ପାଇଁ ଜମି ନେବା ବର୍ଷ ବର୍ଷ ଧରି ଶିଳ୍ପ ପ୍ରତିଷ୍ଠା ନକରି ପକାଇ ରଖୁଛନ୍ତି । କେତେ ଜଣ ଶିଳ୍ପ ପ୍ରତିଷ୍ଠା ପାଇଁ ଜମି ନେବା ଶିଳ୍ପ ନ କରି ଅନ୍ୟ କମ୍ପାନୀକୁ ବିକ୍ରି କରିଦେଇଛି ଓ କେତୋଟି ଶିଳ୍ପ ସଂସ୍ଥା ରୁଗ୍ମ ଓ ବନ୍ଦ ହେବା ପରେ ମଧ୍ଯ ଜମି ଜବରଦଖଲରେ ରଖ୍ଛି ଏହାର ହିସାବ ଦେବା ସହ ସମୁଦାୟ କେତେ ଜମି ଓଡ଼ିଶାର ଏମିତି ଶିଳ୍ପ ନାଁରେ ବ୍ୟବହାର ହେଲାଣି ତାର ହିସାବ ଦେବେ କି ? ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଇଡ଼କୋ ଠାରୁ ଜମି ନେଇ ଯଦି କୌଣସି ନିର୍ଦ୍ଦିଷ୍ଟ ଯୁକ୍ତିଯୁକ୍ତ କାରଣ ନଥାଇ ଶିଳ୍ପ ସଂସ୍ଥା ଆବଣ୍ଟିତ ହୋଇଥିବା ଜମିର ବିନିଯୋଗ ନକରନ୍ତି ବା ଅନ୍ୟ କୌଣସି ପାଇଁ ବ୍ୟବହାର କରନ୍ତି ତାହେଲେ ଉକ୍ତ ଜମି ଶିଳ୍ପ ସଂସ୍ଥା ପାଖରୁ ଫେରେଇ ଆଣିବା ପାଇଁ IDCO ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି । ଏହି କ୍ରମରେ ଶିଳ୍ପ ପାଇଁ ଯୋଗାଇ ଦିଆ ଯାଇଥିବା ଜମିରେ ବର୍ଷ ବର୍ଷ ଧରି ଶିଳ୍ପ ପ୍ରତିଷ୍ଠା ନକରି ଅନ୍ୟ କାର୍ଯ୍ୟରେ ବ୍ୟବହାର କରୁଥିବା ୨୫ ଗୋଟି ଶିଳ୍ପ ସଂସ୍ଥାଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଛି। Post navigation Matric Exam 2026: ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଅନୁପସ୍ଥିତ ରହିଛନ୍ତି ୯୯୩୦ ଛାତ୍ରଛାତ୍ରୀ: ନିତ୍ୟାନନ୍ଦ ଗଣ୍ଡ