ପୁଣି ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିଖରଚଣ୍ଡି ପୀଠ। ପାହାଡ଼ରୁ ଦନ୍ତା ଆଉଟ୍ ପରେ ଖୋଲିଲା ଶିଖରଚଣ୍ଡୀ ପୀଠ ।  ମା’ଙ୍କ ଦର୍ଶନ ସହ ଭୋଜି ପାଇଁ ପର୍ଯ୍ୟଟକଙ୍କୁ ମିଳିଲା ଅନୁମତି । କିଛିଦିନ ହେବ ଶିଖରଚଣ୍ଡି ପୀଠରେ ଦୁଇଟି ଦାନ୍ତ ହାତୀ ବୁଲୁଥିଲେ। ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କିଛି ଦିନ ପାଇଁ ଏହି ପର୍ଯ୍ୟଟନସ୍ଥଳୀକୁ ବନ୍ଦ କରାଯାଇଥିଲା। କିନ୍ତୁ ପିରିସ୍ଥିତ ସ୍ୱାଭାବିକ ହେବା ପରେ ପୁଣି ପିକନିକ ପାଇଁ ମା’ଙ୍କ ପୀଠ ଖୋଲା ଯାଇଛି।

୬ ଦିନ ପରେ ଭରତପୁର ଜଙ୍ଗଲ ଫେରିଛନ୍ତି ୨ ହାତୀ । ନାଇଟ୍ ଅପରେସନରେ ହାତୀଙ୍କୁ ଘଉଡ଼ାଇଲା ବନ ବିଭାଗ । ହାତୀଙ୍କୁ ଘଉଡ଼ାଇବାକୁ ନାକେଦମ୍ ହୋଇଥିଲା ବନ ବିଭାଗ ।

ସୂଚନା ଅନୁସାରେ, କିଛିଦିନ ପୂର୍ବରୁ ଦୁଇଟି ଦନ୍ତା ହାତୀ ଆସି ଉତ୍ପାତ୍ତ ମଚାଇଥିଲେ। ଯାହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ଲାଗି ଶିଖରଚଣ୍ଡୀ ବନ୍ଦ କରାଯାଇଥିଲା। ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଉଥିଲା। ଦୁଇଟି ଟିମ୍‌ ଗଠନ କରାଯାଇ ଦୁଇ ହାତୀଙ୍କ ଉପରେ ନଜର ରଖାଯାଇଥିଲା। ଦୀର୍ଘ ୬ ଦିନ ପରେ ଦୁଇ ଦନ୍ତା ଭରତପୁର ଜଙ୍ଗଲକୁ ଫେରିଛନ୍ତି।

Leave a Reply

Your email address will not be published. Required fields are marked *