ସବୁ ପ୍ରତୀକ୍ଷାର ଘଟିଲା ଅନ୍ତ । ଭିତର ରତ୍ନଭଣ୍ଡାରର ସମସ୍ତ ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ସ୍ଥାନାନ୍ତରଣ କଲା ପରେ ବାହାରକୁ ଆସିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ । ବାହାରକୁ ଆସିଲା ପରେ ଜଷ୍ଟିସ ବିଶ୍ବନାଥ ରଥଙ୍କ ସୂଚନା । ସେ କହିଛନ୍ତି ସଂପୂର୍ଣ୍ଣ ସ୍ଥାନାନ୍ତରଣ ପାଇଁ ସାଢ଼େ ୭ ଘଣ୍ଟା ଲାଗିଥିଲା । ସକାଳ ୯ଟା ୫୧ରେ ଆମେ ରତ୍ନଭଣ୍ଡାରରେ ପ୍ରବେଶ କରିଥିଲୁ ଏବଂ ଏହା ଅପରାହ୍ନ ୫ଟା ୧୫ ସୁଦ୍ଧା ସ୍ଥାନାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହେଲା । ସ୍ଥାନାନ୍ତରଣ ପାଇଁ ଆମ ୧୧ ଜଣଙ୍କ ସହ ଅନ୍ୟମାନଙ୍କ ସହାୟତା ନେଇଥିଲୁ । କେବଳ କଟର ଓ ଇଲେକ୍ଟ୍ରି ସହାୟକଙ୍କ ଛଡ଼ା ଆଉ କାହାର ସହଯୋଗ ଲୋଡ଼ା ପଡ଼ିଲା ନାହିଁ ।

ମହାପ୍ରଭୁଙ୍କ ଯାହା କିଛି ଅଳଙ୍କାର ଥିବା ସବୁ ସୁରକ୍ଷିତ ଅଛି । ଏହା ସହିତ ସେଗୁଡିକୁ ଖଟଶେଯ ଘରକୁ ସ୍ଥାନାନ୍ତର କରାଯାଇଛି । କାନ୍ଥକୁ ଆଉଜି ଥିବା ସବୁ ଆଲମାରି, ସିନ୍ଦୁକ କଢ଼ା ଯାଇଥିଲା । ଭିତର ରତ୍ନଭଣ୍ଡାରରେ ମୋଟ ୭ଟି ସିନ୍ଦୁକ ଓ ଆଲମାରୀ ଥିଲା ୩ଟି କାଠ ଆଲମିରା ଓ ଗୋଟିଏ ଷ୍ଟିଲ ଆଲମିରା ଥିଲା ବୋଲି ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି ।

ସେ ଆଉ ମଧ୍ୟ କହିଛନ୍ତି ଗୁପ୍ତ ଭଣ୍ଡାର କି ଗୁପ୍ତ ସୁଡ଼ଙ୍ଗ ଭଳି କିଛି ଜିନିଷ ଆମେ ଦେଖିପାରିଲୁନି । ଗୁପ୍ତ ଭଣ୍ଡାର, ସୁଡ଼ଙ୍ଗ ହେଉଥିବା ଚର୍ଚ୍ଚା ତଥ୍ୟ ପର୍ଯ୍ୟବଷିତ ନୁହେଁ । ତଥାପି ଯଦି ଏ ବିଷୟରେ ଆଲୋଚନା ହେଉଛି । ଆମେ ଏହି ବିଷୟରେ ପ୍ରସ୍ତାବ ଦେବୁ ଏବଂ ଏସ୍‌ଓପିରେ ଏନେଇ ବ୍ୟବସ୍ଥା ନଥିବାରୁ ସରକାରଙ୍କୁ ଅନୁରୋଧ କରିବୁ । ଏହା ଛଡା ଲେଜର ସ୍କାନିଂ ପାଇଁ ସରକାରଙ୍କୁ ଅନୁରୋଧ କରିବୁ ।

କିଛି ସମୟ ପୂର୍ବରୁ କାର୍ଯ୍ୟ ଶେଷ ହେଲା ପରେ ଶ୍ରୀମନ୍ଦିର ପରିସରରୁ ବାହାରିଥିଲେ ଓଡ୍ରାଫ୍‌ ଟିମ୍‌ ଓ ସ୍ନେକ୍‌ ହେଲ୍‌ପଲାଇନ ସଦସ୍ୟ । ବାହାରିବା ପରେ ଶୁଭେନ୍ଦୁ ମଲ୍ଲିକଙ୍କ ସୂଚନାର ଦେଇ କହିଥିଲେ ରତ୍ନଭଣ୍ଡାରରେ ସାପ ନାହିଁ, ଆମର କିଛି ଆବଶ୍ୟକତା ପଡିଲାନି ।

Leave a Reply

Your email address will not be published. Required fields are marked *