ପୋଲିସ୍ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଆଜି ହେବ ଶଙ୍କର, ସୁରେଶଙ୍କ ପଲିଗ୍ରାଫ୍ ଶୁଣାଣି । ଜେଏମଏଫସି ରୁରାଲ୍ କୋର୍ଟରେ ଆବେଦନ କରିଥିଲା କ୍ରାଇମ୍ବ୍ରାଞ୍ଚ । ଜେରା ସମୟରେ ଉଭୟ ବୟାନ ବଦଳାଉଥିବା କହିଛି କ୍ରାଇମବ୍ରାଞ୍ଚ । ବ୍ରହ୍ମପୁର ଜେଏମ୍ଏଫ୍ସି କୋର୍ଟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ପଲିଗ୍ରାଫ୍ ଟେଷ୍ଟ ପାଇଁ ଆବେଦନ ହୋଇଥିବା ବେଳେ କୋର୍ଟ ଆଜି ଏହାର ଶୁଣାଣି କରିବେ । ସୂଚନା ଯୋଗ୍ୟ; ଏସ୍ଆଇ କେଳେଙ୍କାରୀର ଦୁଇ ମାଷ୍ଟର ମାଇଣ୍ଡ ହେଉଛନ୍ତି ଶଙ୍କର ପୃଷ୍ଟି ଓ ସୁରେଶ ନାୟକ । ଗତ ୪ ତାରିଖରେ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗିରଫ ହେବା ଦିନ ଏୟାରପୋର୍ଟରେ ଚାଞ୍ଚଲ୍ୟକର ବୟାନ ଦେଇଥିଲା ଶଙ୍କର । ହଜାରେ କୋଟିର କେଳେଙ୍କାରୀ ଖୋଲିବାକୁ କହିଥିଲା। ମାତ୍ର ତଦନ୍ତ ସମୟରେ କିଛି ସହଯୋଗ କରୁନଥିବା ଏମିତି କି ବାରମ୍ବାର କଥା ବଦଳାଉଛି ବୋଲି କ୍ରାଇମବ୍ରାଞ୍ଚ ଅଧିକାରୀ ସୂଚନା ଦେଇଛନ୍ତି । Post navigation SpiceJet Flight: ମୁମ୍ବାଇରୁ କୋଲକାତା ଯାଉଥିବା ସ୍ପାଇସଜେଟ ବିମାନର ଇଞ୍ଜିନ ଫେଲ୍ Nuapada ByeElection: କୌଣସି ଜିଲ୍ଲାରୁ ଆସିନାହିଁ ଇଭିଏମ ଚୋରି ଅଭିଯୋଗ: ମୁଖ୍ୟ ନିର୍ବାଚନ ଅଧିକାରୀ