ଅବସରପ୍ରାପ୍ତ ଆଇଏଏସ ଅଫିସର ତଥା ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପ୍ରମୁଖ ସଚିବ ଭାବେ କେନ୍ଦ୍ର କ୍ୟାବିନେଟ ଆପଏଣ୍ଟମେଣ୍ଟ କମିଟି ଶକ୍ତିକାନ୍ତ ଦାସଙ୍କୁ ନିଯୁକ୍ତି ଦେଇଛନ୍ତି । କେନ୍ଦ୍ର କ୍ୟାବିନେଟ୍ ଏହାକୁ ଅନୁମୋଦନ ଦେଇଛି । ସେ ଓଡ଼ିଆ ପୁଅ ପିକେ ମିଶ୍ରଙ୍କ ସହିତ ଦ୍ୱିତୀୟ ପ୍ରମୁଖ ସଚିବ ଦାୟିତ୍ୱ ତୁଲାଇବେ । ଏହା ପୂର୍ବରୁ ଶକ୍ତିକାନ୍ତ ଆରବିଆଇ ର ଗଭର୍ଣ୍ଣର ଭାବେ ୬ ବର୍ଷ ଧରି କାର୍ଯ୍ୟ କରିଥିଲେ । Post navigation ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହ କଥା ହେଲେ ମୋହନ ମାଝୀ ମହାକୁମ୍ଭ ୨୦୨୫: ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ