ଖୋର୍ଦ୍ଧା ବିକାଶ ନଗରରୁ ସେକ୍ସ ରାକେଟ୍ ଠାବ ହୋଇଛି । ଏକ ଭଡା ଘରେ ଚାଲିଥିବା ସେକ୍ସ ସ୍କାଣ୍ଡାଲର ପର୍ଦ୍ଦାଫାଶ କରିଛି ପୋଲିସ । ଏକ ଭଡ଼ା ଘରେ ଚାଲିଥିଲା ସେକ୍ସ ସ୍କାଣ୍ଡାଲ । କୌଣସି ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ ଓ ସ୍ପେଶାଲ୍ ସ୍କ୍ବାଡ୍ ଇନଚାର୍ଜ ରବି ନାରାୟଣ ଭଞ୍ଜଙ୍କ ନେତୃତ୍ବରେ ଟିମ୍ ଚଢ଼ାଉ କରିଥିଲେ । ବଢ଼ାଉରେ ଆପତ୍ତିଜନକ ସାମଗ୍ରୀ ଜବତ କରିବା ସହ ୩ ମହିଳା ଓ ୪ ପୁରୁଷଙ୍କୁ ଉଠାଇ ନେଲା ପୋଲିସ ।

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ବିକାଶ ନଗରର ଏକ ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ୍ । ପ୍ରାୟ ୧ ବର୍ଷ ହେବ ଚାଲୁଥିଲା ଦେହ ବ୍ୟବସାୟ । ଏ ନେଇ ଖବର ପାଇ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍ ଟିମ୍ ଚଢଉ କରିଥିଲା । କବାଟ ଭାଙ୍ଗି ପୋଲିସ ଭିତରକୁ ପଶିଥିଲା । ଚଢାଉ ବେଳେ ୩ ମହିଳା ଓ ୪ ପୁରୁଷଙ୍କୁ ଉଠାଇ ନେଲା ପୋଲିସ ।

 

Leave a Reply

Your email address will not be published. Required fields are marked *