ଦିନକୁ ଦିନ ଦେଶ ସହ ରାଜ୍ୟରେ ବି ଉପରମୁହାଁ କରୋନା । ଦେଶରେ କୋଭିଡ୍ ପଜିଟିଭ୍ ସଂଖ୍ୟା ୫,୭୫୦ ଟପିଥିବା ବେଳେ ୪୫କୁ ପହଞ୍ଚିଲା ମୋଟ କରୋନା ପଜିଟିଭ୍ ସଂଖ୍ୟା। ଆଜି ରାଜ୍ୟରେ ଆଉ ନୂଆ ୭ କରୋନା ଆକ୍ରାନ୍ତ ଟିହ୍ନଟ ହୋଇଥିବା ବେଳେ ଏହାକୁ ମିଶେଇ ୪୫କୁ ପହଞ୍ଚିଲା ମୋଟ କରୋନା ପଜିଟିଭ୍ ସଂଖ୍ୟା । ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ । ବର୍ତ୍ତମାନ ସୁଦ୍ଧା ୧୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ଏସବୁ ଭିତରେ କୋଭିଡକୁ ନେଇ ରାଜ୍ୟଗୁଡ଼ିକ ପାଇଁ କେନ୍ଦ୍ର ପକ୍ଷରୁ ଗାଇଡଲାଇନ୍ ଓ ପବ୍ଲିକ୍ ଆଡଭାଇଜରି ଜାରି ହୋଇଛି।

ସ୍ବାସ୍ଥ୍ଯ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ ଦେଶରେ ଦିନକୁ ଦିନ ବଢିଚାଲିଛି କୋଭିଡ୍ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା । ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ମୁହାଁ ହୋଇଛି । ଗତ ୨୪ ଘଣ୍ଟାରେ ସକ୍ରିୟ ସଂକ୍ରମଣ ମାମଲା ୫ ହଜାର ୭୫୫ ରେ ପହଞ୍ଚିଛି। କେରଳରେ ସର୍ବାଧିକ ୧୮୦୬ ଟି ମାମଲା ଚିହ୍ନଟ ହୋଇଥିବା ବେଳେ ଗୁଜରାଟରେ ୭୧୭, ଦିଲ୍ଲୀରେ ୬୬୫ ଏବଂ ମହାରାଷ୍ଟ୍ରରେ ସକ୍ରିୟ ମାମଲା ୫୭୭ ରହିଛି । ସେହିପରି କର୍ଣ୍ଣାଟକ ଓ ଉତ୍ତରପ୍ରଦେଶରେ ଯଥାକ୍ରମେ ୪୪୪ ଏବଂ ୨୮୮ ମାମଲା ଚିହ୍ନଟ ହୋଇଥିବା ବେଳେ ତାମିଲନାଡୁରେ ୨୦୮ ଟି ମାମଲା ସ୍ବାସ୍ଥ୍ୟ ବିଭାଗ ଚିହ୍ନଟ କରିଛି । ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ୪ଜଣ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୫୯ ରେ ପହଞ୍ଚିଛି ।

Leave a Reply

Your email address will not be published. Required fields are marked *