ବରିଷ୍ଠ ସାମ୍ବାଦିକ ଆଶୁତୋଷ ମିଶ୍ରଙ୍କ ପରଲୋକ । ୬୮ ବର୍ଷୀୟ ଆଶୁତୋଷ ମିଶ୍ରଙ୍କ ହୃଦଘାତରେ ପରଲୋକ ଘଟିଛି । ତାଙ୍କର ଆକସ୍ମିକ ବିୟୋଗ ଓଡ଼ିଶାର ସାମ୍ବାଦିକତା ଜଗତକୁ ସ୍ତବ୍ଧ କରିଦେଇଛି। ରବିବାର ସକାଳରୁ ଆଶୁତୋଷ ମିଶ୍ରଙ୍କୁ ଜ୍ୱର ହୋଇଥିଲା। ସନ୍ଧ୍ୟାରେ ସେ ଅଧିକ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ସେ ଗତକାଲି ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଆଶୁତୋଷ ମିଶ୍ର ଭୁବନେଶ୍ୱରର ଜଣେ ସାମ୍ବାଦିକ ଥିଲେ ଯାହାଙ୍କର ଏହି କ୍ଷେତ୍ରରେ ତିନି ଦଶନ୍ଧିରୁ ଅଧିକ ଅଭିଜ୍ଞତା ଥିଲା। ସେ ଟାଇମ୍ସ ଅଫ୍ ଇଣ୍ଡିଆରୁ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ ଏବଂ ପରେ ସନ୍ଡେ ମେଲ୍,ଦି ପାୟୋନିୟର୍, ମେଲ୍ ଟୁଡେ, ଡାଉନ୍ ଟୁ ଆର୍ଥ ଏବଂ ଦି ଟେଲିଗ୍ରାଫ୍ ସମେତ ଅନେକ ପ୍ରତିଷ୍ଠିତ ପ୍ରକାଶନ ପାଇଁ କାର୍ଯ୍ୟ କରିଥିଲେ। ସେ ଓଡ଼ିଶା ରାଜନୀତି ଉପରେ ବ୍ୟାପକ ଭାବରେ ରିପୋର୍ଟିଂ କରିଥିଲେ। ଆଶୁତୋଷଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ବରିଷ୍ଠ ସାମ୍ବାଦିକ ଆଶୁତୋଷ ମିଶ୍ରଙ୍କ ବିୟୋଗ ଓଡ଼ିଶାର ସାମ୍ବାଦିକତା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଦିବଙ୍ଗତ ଆତ୍ମାର ସଦ୍ଗତି କାମନା କରୁଛି । ସେହିପରି ନବୀନ ପଟ୍ଟନାୟକ କହିଛନ୍ତି ଯେ ଦୀର୍ଘଦିନର ସାମ୍ବାଦିକତା ଜୀବନରେ ତାଙ୍କ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଇଛନ୍ତି। Post navigation Odisha Assembly: ରାଜ୍ୟରେ ଆଉ ଖୋଲିବ ନାହିଁ ନୂଆ ସବ୍-ଟ୍ରେଜରୀ: ପୃଥ୍ୱୀରାଜ ହରିଚନ୍ଦନ Heat Wave In Odisha: ଆଗାମୀ ୨ ଦିନ ମଧ୍ୟରେ ୩ ଡିଗ୍ରୀ ବଢ଼ିବ ତାପମାତ୍ରା