ଲଗାଣ ବର୍ଷାରେ ଅଧିକ ପ୍ରଭାବିତ ହୋଇଥିବା ମାଲକାନଗିରିର  ସ୍ଥିତି ନେଇ ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ସୂଚନା  । ସେ କହିଛନ୍ତି ମାଲକାନଗିରିରେ ଜଳବନ୍ଦୀରେ ଥିବା ୧୬୨ ଜଣଙ୍କୁ ଉଦ୍ଧାର କରିଛନ୍ତି ଓଡ୍ରାଫ ଓ ଅଗ୍ନିଶମ ବିଭାଗ । ସେଥିମଧ୍ୟରୁ ୫୪ ଗର୍ଭବତୀ ଉଦ୍ଧାର ହୋଇଥିବା ବେଳେ ଆଶ୍ରୟସ୍ଥଳୀରେ ଅଛନ୍ତି ୨୨ ଜଣ। ଉଦ୍ଧାର ହୋଇଥିବା ଲୋକଙ୍କୁ ୧୫ଟି ସେଲ୍ଟର ହୋମ୍‌ରେ ରଖା ଯାଇଛି । ସେଠାରେ ରହିବା, ଖାଇବା ସହ ମେଡିକାଲ୍ ବ୍ୟବସ୍ଥା ହୋଇଛି । ପୋଟେରୁରେ ପିଇବା ପାଣି ପାଇଁ ୪ଟି ପାଣି ଟାଙ୍କି ବ୍ୟବସ୍ଥା ହୋଇଛି । ଏହା ସହ ସିଏଚ୍‌ସି, ପିଏଚ୍‌ସିରେ ସାପ କାମୁଡ଼ା ଭ୍ୟାକ୍ସିନ୍ ମହଜୁଦ୍ ରହିଛି ।

ସେ ଆଉ ମଧ୍ୟ କହିଛନ୍ତି ୧୧ ହଜାର ୫୨୦ ଉପଭୋକ୍ତା ବିଦ୍ୟୁତରୁ ବଞ୍ଚିତ ହୋଇଛନ୍ତି କିନ୍ତୁ ୨୪ ଘଣ୍ଟାରେ ସ୍ୱାଭାବିକ ହେବ ।

Leave a Reply

Your email address will not be published. Required fields are marked *