ତେଲେଙ୍ଗାନା କୋଥଗୁଡେମ୍‌ ଜିଲ୍ଲା ନୀଳାଦ୍ରିପେଟ୍‌ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଫାଳରେ ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ଆହତ ହୋଇଛନ୍ତି। ଅପରପକ୍ଷରେ ମାଓବାଦୀଙ୍କ ପାଲଟା ଗୁଳିଚାଳନାରେ ୨ ସୁରକ୍ଷାକର୍ମୀ ମଧ୍ୟ ଗୁରୁତର ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଚିକିତ୍ସା କରାଯିବା ବେଳେ ଅନେକ ମାଓବାଦୀ ଲୁଚିଥିବା ସନ୍ଦେହରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।

ସୂଚନାଯୋଗ୍ୟ, ଛତିଶଗଡରେ ସୁରକ୍ଷାକର୍ମୀ ୯ ଜଣ ମାଓବାଦୀଙ୍କୁ ନିହତ କରିବାର ୨ ଦିନ ପରେ ଆଜି ତେଲେଙ୍ଗାନାରେ ପୁନଶ୍ଚ ଗୁଳି ବିନିମୟ ହୋଇଛି। ସେମାନଙ୍କ ମଧ୍ୟରେ ୬ ଜଣ ମହିଳା ମଧ୍ୟ ଥିଲେ। ବିଜାପୁର ଦନ୍ତେୱାଡାରେ ବିଭିନ୍ନ ଡିଭିଜନରେ ମାଓବାଦୀଙ୍କ ଉପସ୍ଥିତି ଥିବା ସନ୍ଦେହରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଜାରି କରିଥିଲେ।

Leave a Reply

Your email address will not be published. Required fields are marked *