ଉତ୍ତର ପ୍ରଦେଶରେ ଲଗାଣ ବର୍ଷା ପରେ ଅନେକ ସ୍ଥାନରେ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି।ଗୁରୁବାର ଆଗ୍ରାର ସମସ୍ତ ବିଦ୍ୟାଳୟରେ ଛୁଟି ଘୋଷଣା କରାଯାଇଛି। ଏ ନେଇ ନିର୍ଦ୍ଦେଶ ଦାୟିତ୍ୱରେ ଥିବା ଜିଲ୍ଲା ଅଧିକାରୀ ପ୍ରତୀଭା ସିଂ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଶୁକ୍ରବାର ପ୍ରବଳ ବର୍ଷା ହେବାକୁ ଥିବାବେଳେ ପାଣିପାଗ ବିଭାଗ ପକ୍ଷରୁ ଛୁଟି ଘୋଷଣା କରାଯାଇଛି। ବର୍ଷା ପାଇଁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିବ। ଛାତ୍ରଛାତ୍ରୀ ଅନଲାଇନ କ୍ଲାସ କରିପାରିବେ। ବିଦ୍ୟାଳୟ ପରିଚାଳନା ନିର୍ଦ୍ଦେଶ ଅନୁଯାୟୀ ଶିକ୍ଷକମାନେ କାର୍ଯ୍ୟ କରିବେ।

Leave a Reply

Your email address will not be published. Required fields are marked *